fbpx

ଆପଣଙ୍କ ମୋବାଇଲରେ ବି ବ୍ୟବହାର ହେଉଛି AI… ଏହି କାମ ପାଇଁ Google Photos ନେଉଛି ସାହାଯ୍ୟ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁଆଡ଼େ ଗୁଗଲ ଏବଂ ଏଆଇକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ଏଆଇର ଅତ୍ୟାଧୁନିକ ଫିଚର ଆମ ଫଟୋ ଲାଇବ୍ରେରୀରେ ମଧ୍ୟ ଦେଖିବାକୁ ମିଳିବ । ଲକ୍ଷ ଲକ୍ଷ ୟୁଜରମାନଙ୍କୁ ସେମାନଙ୍କ ଫଟୋ ଲାଇବ୍ରେରୀରେ କିଛି ସମସ୍ୟା ଥିବା ଅନୁଭବ କରୁଛି ଗୁଗଲ । ତେଣୁ ଏହାକୁ କ୍ଲିନ କରିବା ଆବଶ୍ୟକ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ତେଣୁ ଏଥିରେ ଏଆଇର ବ୍ୟବହାର କରିବା ପାଇଁ ପ୍ଲାନ କରୁଛି ଗୁଗଲ । ଏହା କମ୍ ସମୟରେ ଏବଂ ଚତୁରତାର ସହ କ୍ଲିନିଙ୍ଗ କାମକୁ ସହଜ କରିଦେବ ବୋଲି ମନେ ହେଉଛି ।

ୟୁଜରମାନଙ୍କ ଗୁଗଲ ଫଟୋ ଲାଇବ୍ରେରୀ କ୍ଲିନ କରିବା ପାଇଁ ନିଜ ଫଟୋଜ ଆପରେ ନୂଆ ଏଆଇ ଫିଚର ସାମିଲ କରିଛି । ଏହି ଫିଚର ଫଟୋଗୁଡ଼ିକୁ ବିଭିନ୍ନ ସ୍ତାନରୁ ଏକତ୍ର କରି ଗୋଟିଏ ସ୍ଥାନରେ ରଖିପାରିବ । ସେହିପରି, ଆପଣଙ୍କ ଫଟୋରେ ଡକ୍ୟୁମେଣ୍ଟ କିମ୍ବା ସ୍କ୍ରିନସଟ୍ ଥିଲେ ଏଆଇ ସେଗୁଡ଼ିକୁ ମଧ୍ୟ ଏକ ସୁରକ୍ଷିତ ସ୍ଥାନରେ ଏକତ୍ର କରିପାରିବ । ତେବେ ଗୁଗଲ ଫଟୋଜ କୌଣସି ଫଟୋ କିମ୍ବା ଡକ୍ୟୁମେଣ୍ଟ ଖୋଜିବା ବେଳେ ସହଜରେ ପାଇବା ପାଇଁ ଏହି ଏଆଇର ବ୍ୟବହାର କରିବା ପାଇଁ ପ୍ଲାନ କରୁଛି ଗୁଗଲ । ତେବେ ସବୁଠାରୁ ବଡ଼ ଏଆଇ ପରିବର୍ତ୍ତନ ହେଉଛି ‘ଫଟୋ ଷ୍ଟାକ୍ସ’ । ଏହାଦ୍ୱାରା ୟୁଜର ଗୋଟିଏ ସମୟରେ ଉଠାଯାଇଥିବା ସମସ୍ତ ଫଟୋକୁ ଗୋଟିଏ ଫୋଲ୍ଡରରେ ସମସ୍ତ ଫଟୋକୁ ଦେଖିପାରିବେ ।

ପୂର୍ବରୁ ଗୋଟିଏ ଫଟୋ ବାରମ୍ବାର ସାମନାକୁ ଆସୁଥିଲା, କିନ୍ତୁ ବର୍ତ୍ତମାନ ସମସ୍ତ ଫଟୋ ‘ଫଟୋ ଷ୍ଟାକ୍ସ’ରେ ଏକତ୍ର ହୋଇଯିବ । ତେବେ ଆପଣଙ୍କୁ କେବଳ ଗୋଟିଏ ଫୋଲ୍ଡର ଖୋଲିବାକୁ ହେବ ଏବଂ ସମସ୍ତ ଫଟୋ ଏହି ଫୋଲ୍ଡରରେ ଏକା ସାଙ୍ଗରେ ମିଳିଯିବ । ଗୁଗଲ ଏଆଇର ବ୍ୟବହାର କରି ଫୋଲ୍ଡର ଉପରେ ସବୁଠାରୁ ଭଲ ଫଟୋ ରଖିଥାଏ । ଏହାଦ୍ୱାରା ଆପଣ ସବୁଠାରୁ ଭଲ ଫଟୋକୁ ସହଜରେ ଜାଣିପାରିବେ ।

ତେବେ ଏଆଇ ଦ୍ୱାରା ଚୟନ ହୋଇଥିବା ସବୁଠାରୁ ଭଲ ଫଟୋ ଆପଣଙ୍କୁ ପସନ୍ଦ ନ ଆସିଲେ ଆପଣ ,ହାକୁ ନିଜ ହିସାବରେ ପରିବର୍ତ୍ତନ କରିପାରିବେ । କେବଳ ଫଟୋ ନୁହେଁ, ଗୁଗଲ ଏଣିକି ଏକ ନୂଆ ‘ଆଇଡି ଆଲବମ’ ପ୍ରସ୍ତୁତ କରିବାକୁ ଯାଉଛି । ଏଥିରେ ଆପଣ ନିଜ ଆଇଡି କାର୍ଡ ଏବଂ ବିଭିନ୍ନ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହଜରେ କୋଜିପାରିବେ । ଏହାବ୍ୟତୀତ ଯଦି କୌଣସି ଫ୍ଲାଇଟର ଫଟୋ ନେଇଛନ୍ତି, ତେବେ ଫଟୋଜ ଆପେ ଆପେ ଏହାର ତାରିଖ ଏବଂ ସମୟ ବାହାର କରି କ୍ୟାଲେଣ୍ଡରରେ ରଖିପାରିବ । ଏହି ସମସ୍ତ କାର୍ଯ୍ୟ ଗୁଗଲ ଫଟୋଜରେ ଯୋଡ଼ି ହୋଇଥିବା ନୂଆ ଏଆଇ ଫିଚର ପାଇଁ ମିଳିଥାଏ । ଏହା ଆଗାମୀ କିଛି ଦିନ ମଧ୍ୟରେ ଆଣ୍ଡ୍ରଏଡ ଏବଂ ଆଇଓଏସରେ ମଧ୍ୟ ଉପଲବ୍ଧ ହୋଇପାରିବ ।

Get real time updates directly on you device, subscribe now.