fbpx

ଏବେ ଘରେ ବସି ପାଇଯିବେ ପ୍ରଭୁ ଶ୍ରୀରାମଙ୍କ ପ୍ରସାଦ, ବୁକିଂ ସମସ୍ୟା ନାହିଁ କି ଡେଲିଭରି ଚାର୍ଜ ବି ପଡିବନି

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ନୂତନ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇସାରିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ପ୍ରିୟ ଭଗବାନଙ୍କୁ ଦର୍ଶନ ଲାଗି ଅଯୋଧ୍ୟାରେ ଆସି ପହଞ୍ଚୁଛନ୍ତି । ପ୍ରଭୁଙ୍କ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରଭୁଙ୍କ ବିଶେଷ ଆଶୀର୍ବାଦ ବି ମିଳୁଛି । ତେବେ ଏକ ସଂସ୍ଥା ପକ୍ଷରୁ ଏବେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଓ ପ୍ରସାଦ ଏବେ ଘରେ ଘରେ ପହଞ୍ଚା ଯାଉଛି । ସଂସ୍ଥାର ସମସ୍ତ କାର୍ଯ୍ୟକର୍ତ୍ତା ବେଶ୍ ମନଯୋଗ ସହକାରେ ଏହି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ରହିଛି ଦେଶର ଲକ୍ଷ ଲକ୍ଷ ପରିବାର ନିକଟରେ ପ୍ରଭୁ ଶ୍ରୀରାମଙ୍କ ପ୍ରସାଦ ପହଞ୍ଚାଇବା ।

ଶ୍ରଦ୍ଧାଳୁଙ୍କ ଘରେ ପହଞ୍ଚି ଏହି ସଂସ୍ଥାର ସଦସ୍ୟ ପ୍ରଭୁଙ୍କ ଫଟୋ ଓ ପ୍ରସାଦ ପହଞ୍ଚାଉଛନ୍ତି । ଏହି ସଂସ୍ଥାର ନାମ ହେଉଛି ଉତ୍ଥାନ ସେବା ସମିତି । ଆମେଥି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଉତ୍ଥାନ ସେବା ସମିତି ଆମେଥିର ଲକ୍ଷ ଲକ୍ଷ ପରିବାର ନିକଟରେ ପ୍ରସାଦ ପହଞ୍ଚାଉଛନ୍ତି । ବର୍ଷ ବର୍ଷ ଧରି ଏହି ସଂସ୍ଥା ଆମେଥିର ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ଆମେଥିର ୩ ଲକ୍ଷରୁ ଅଧିକ ପରିବାର ନିକଟରେ ପ୍ରସାଦ ପହଞ୍ଚାଇବାର ଦାୟିତ୍ୱ ନେଇଛି ସଂସ୍ଥା । ତେବେ ଉତ୍ଥାନ ସେବା ସମିତି କହିଛି ପ୍ରସାଦ ତ ଏକ ବାହାନା । ଏହି ବାହାନାରେ ଘରେ ଘରେ ରାମ ଭକ୍ତଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ମିଳୁଛି ।

Get real time updates directly on you device, subscribe now.