fbpx
BSKY
BJD SHG SKY
BJD MC SKY

ବାପୁଙ୍କ ବିଷୟରେ ଡାଏରୀରେ ଏମିତି କିଛି ଲେଖିଛନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ୭୬ତମ ପୂଣ୍ୟତିଥି ଅବସରରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼, ଦିଲ୍ଲୀର ଉପରାଜ୍ୟପାଳ ବିନୟ ସକ୍ସେନା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ‘ମୋଦୀ ଆରକାଇଭ୍‌’ ଆକାଉଣ୍ଟ ନାଁରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ବ୍ୟକ୍ତିଗତ ଡାଏରୀରୁ କିଛି ପୃଷ୍ଠା ଶେୟାର କରି ମହାତ୍ମା ଗାନ୍ଧୀଙ୍କ କ୍ତଙ୍କକ୍ଟଗ୍ଧରଗ୍ଦ ବିଷୟରେ ଲେଖିଛନ୍ତି । ଏହି ନୋଟଗୁଡ଼ିକରୁ ଜଣା ପଡ଼ୁଛି ଯେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହି ଆଦର୍ଶର ପ୍ରଭାବ ତାଙ୍କର କଲ୍ୟାଣକାରୀ ଯୋଜନା, ସବକା ସାଥ୍ ସବକା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ପ୍ରତିଫଳିତ ହୋଇଛି ।

ଡାଏରୀରେ ପ୍ରଧାନମନ୍ତ୍ରୀ ଟିପି ଥିବା କେତୋଟି ଗାନ୍ଧୀବାଣୀ:

୧. କାହା ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ମୋ ନିକଟରେ ପ୍ରେମ ଛଡ଼ା କୌଣସି ଅସ୍ତ୍ର ନାହିଁ ।

୨. ଅହିଂସା ହେଉଛି ମୋର ଅତ୍ୟନ୍ତ ସକ୍ରିୟ ବଳ। ସେଥିରେ କାପୁରୁଷତା କି, ଦୁର୍ବଳତାର ସ୍ଥାନ ନାହିଁ। ଜଣେ ହିଂସ୍ର ମଣିଷ ଦିନେ ଅହିଂସା ଆଦରିବ ବୋଲି ଆଶା ଅଛି, କିନ୍ତୁ କାପୁରୁଷ ପାଇଁ କୌଣସି ପ୍ରତ୍ୟାଶା ନାହିଁ ।
୩. ଦୁନିଆରେ ମଣିଷର ଆବଶ୍ୟକତା ପାଇଁ ଯଥେଷ୍ଟ ଜିନିଷ ଅଛି, କିନ୍ତୁ ମଣିଷର ଲୋଭ ପାଇଁ କିଛି ନାହିଁ ।

୪. ଯଦି ରକ୍ତପାତ ଚାହଁ, ନିଜ ରକ୍ତପାତ କର। ହତ୍ୟା ନ କରି ମୃତ୍ୟୁବରଣ କରିବାର ନିଶ୍ଚଳ ସାହସ ଶିଖନ୍ତୁ ।

Get real time updates directly on you device, subscribe now.