(Video) ରାଜଧାନୀର ନୂଆ ଆକର୍ଷଣ ‘ବରମୁଣ୍ଡା’; ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସଷ୍ଟାଣ୍ଡ। ସାରା ଦେଶକୁ ଚମକାଇବ ରାଜଧାନୀ ଭୁବନେଶ୍ୱରର ନୂଆ ଆକର୍ଷଣ। ଏମିତି ଏକ ସ୍ଥାନ ପାଇଁ ତିଆରି ହେଉଛି ହୋଇଯିବେ ଲୋକେ। ବିଦେଶୀ ମଲ୍ କିମ୍ବା ଏକ ଏୟାରପୋର୍ଟ ଭଳି ଚମକୁ ଥିବା ଏଇ ସ୍ଥାନଟି ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଯାହା ପୂରା ନୂଆ ଓ ଚମକ୍‌ଦାର ଲୁକ୍‌ରେ ଆସୁଛି । ଏଇଠୁ ସାରା ଓଡ଼ିଶାକୁ ସଂଯୋଗ କରିହେବ, ବିଶାଳ ପାର୍କିଂ ଏରିଆ, ହୋଟେଲ, ଲାଉଞ୍ଜ ଭଳି ସବୁ ସୁବିଧା ରହିଛି ।

ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ। ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସକାଳୁ ସକାଳୁ ଓଡ଼ିଶାର ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ଭୁବନେଶ୍ୱର ତଥା ରାଜ୍ୟବାସୀଙ୍କୁ ସେ ଏକ ବଡ଼ ଖୁସି ଖବର ଦେଇଛନ୍ତି ।

ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ପରିମଳ ସୁବିଧା, ଆଲୋକୀକରଣ ଇତ୍ୟାଦି କାମର ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଆସନ୍ତା ମାସ ଅର୍ଥାତ୍ ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲକୁ ଲୋକାର୍ପଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ତେବେ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଥିବା କୁହାଯାଇଛି। ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ ଅଟୋ ଏବଂ ଟ୍ୟାକ୍ସି ସୁବିଧା ଉପଲବ୍ଧ ରହିପାରିବ । ବସ୍ ଟର୍ମିନାଲରେ ବିମାନବନ୍ଦର ଭଳି ସୁବିଧା ପାଇପାରିବେ ଯାତ୍ରୀ।

ତେବେ ଫେବୃଆରୀ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ନୂଆ କରି ଗଢି ଉଠିଥିବା ବରମୁଣ୍ଡା ବସ୍ ଟର୍ମିନାଲକୁ ସାଦାରଣ ଜନତାଙ୍କ ପାଇଁ ଲୋକାର୍ପଣ କରାଯିବ।