fbpx

କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ଗାଁ’ ରାସ୍ତାରେ ଛୁରି ଭୁସି ହତ୍ୟା

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ସାଙ୍ଘାତିକ ଖବର । କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ହତ୍ୟା କରାଯାଇଛି । କଇରାଶି ଗାଁ ଶେଷ ମୁଣ୍ଡ ରାସ୍ତାରେ ଛୁରି ଭୁସି ହତ୍ୟା । ଅସୁସ୍ଥ ମାଆ ପାଇଁ ମେଡିସିନ୍ ଆଣିବାକୁ ଯାଇଥିଲେ ଯୁବକ । ଫେରିବା ବାଟରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲା ଅଭିଯୁକ୍ତ ।

ସାମାନ୍ୟ ଖେଳ କଥାକୁ ନେଇ ଏପରି ହତ୍ୟା ହୋଇଛି ନା ଏହା ପଛରେ ଆଉ କେଉଁ କାରମ ରହିଛି ତାହା ଏଯାଏଁ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ କିଛିଦିନ ତଳେ କ୍ରିକେଟ ଖେଳକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ନିଜର ପ୍ରତିଶୋଧ ନେବା ପାଇଁ ଯୁବକଙ୍କୁ ଗାଁ ରାସ୍ତାରେ ଛୁରୀ ଭୁସି ହତ୍ୟା କରିବା ସୂଚନା ରହିଛି ।

Get real time updates directly on you device, subscribe now.