fbpx

BIG BREAKING: ଫେବୃଆରୀ ୩ ତାରିଖରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ଅପିଲ

ଓଡ଼ିଶା ଭାସ୍କର: ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ । ତେବେ ଏହି ଅବସରରେ ଫେବୃଆରୀ ୩ ତାରିଖ ଦିନ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ କରାଯାଇଛି। ୩ ତାରିଖ ସକାଳ ୧୧ ଟା ୩୦ରେ ଗାଇବାକୁ ଅପିଲରେ କୁହାଯାଇଛି।

ସୂଚନା ଥାଉକି, ଫେବୃଆରୀ ୩ରୁ ୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ହେବ । ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍ଜମା ହେବ । ଓଡ଼ିଆ ଭାଷାବିତ ମାନେ ଯୋଗଦେଇ ଆଲୋଚନା କରିବେ । ତେବେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ରହିଛନ୍ତି । ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବ। ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ। ସେହିପରି ଏହି ଦିନ ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହା ସହ ବ୍ଲକ ସ୍ତରୀୟ ମଧ୍ୟ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯିବ।

Get real time updates directly on you device, subscribe now.