fbpx

ରାଜନୀତିରେ ପାଦ ଥାପିଲେ ଥାଲାପତି ବିଜୟ, ଘୋଷଣା କଲେ ପାର୍ଟୀର ନାମ

ତାମିଲନାଡୁ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାଉଥ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ଯୋଗ ଦେଇଛନ୍ତି । ଥାଲାପତି ବିଜୟ ଶୁକ୍ରବାର ଦିନ ନିଜ ପାର୍ଟୀର ନାମ ଘୋଷଣା କରିଛନ୍ତି । ଯାହାର ନାମ ହେଉଛି ‘Tamilaga Vetri Kazham’ । ସେ ପୁଣି କହିଛନ୍ତି ଯେ, ତାଙ୍କ ଦଳର ନିର୍ବାଚନ ଆୟୋଗରେ ରେଜିଷ୍ଟ୍ରେସନ ହୋଇଯାଇଛି ଏବଂ ତାଙ୍କ ପାର୍ଟୀ ୨୦୨୬ର ବିଧାନସଭା ନିର୍ବାଚନ ଲଢିବ ।

ଅଫିସିୟାଲ ବିବୃତ୍ତିରେ ଅଭିନେତା ବିଜୟ କହିଛନ୍ତି ଯେ, ପାର୍ଟୀକୁ ଇସିଆଇ ସହ ପଞ୍ଜୀକୃତ କରାଯାଇଛି । ମୁଁ ବିନମ୍ରତାପୂର୍ବକ କହିବାକୁ ଚାହୁଁଛି ଯେ, ସାଧାରଣ ପରିଷଦ ଏବଂ କାର୍ଯ୍ୟନିର୍ବାହୀ କମିଟି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କାରିବାକୁ କିମ୍ବା କୌଣସି ପାର୍ଟୀକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇନାହାନ୍ତି ।

ଏକ ରିପୋର୍ଟରେ ବିଜୟଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଦଳର ଉଦ୍ଦେଶ୍ୟ ହେଉଛି ତାମିଲନାଡୁରେ ହେବାକୁ ଥିବା ୨୦୨୬ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ବିଜୟ ହାସଲ କରି ଲୋକଙ୍କ ଦ୍ୱାରା ରାଜନୈତିକ ପରିବର୍ତ୍ତନ ଆଣିବା।

Get real time updates directly on you device, subscribe now.