fbpx
BJD SKY
BJD SKY

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ସୁନା ଓ ରୂପା

BJD

ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଫେବୃଆରୀ ୩ ଶନିବାର ବା ଆଜି ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ତାହାଲେ ଦରଦାମ ବିଷୟରେ ଜାଣି ରଖନ୍ତୁ। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି।

ସୂଚନା ଥାଉକି, ଶନିବାର ଦିନ ବୁଲିଅନ ବଜାର ଦ୍ୱାରା ପ୍ରକାଶିତ ସୁନା ଓ ରୂପା ର ନୂତନ ମୂଲ୍ୟ ଅନୁଯାୟୀ, ୨୪ କ୍ୟାରେଟ ମୂଲ୍ୟ ୬୩,୫୩୦ ଟଙ୍କା ଏବଂ ୧୮ କ୍ୟାରେଟ ଦାମ ୪୭,୬୬୦ ଟଙ୍କା ରହିଛି। ଅନ୍ୟପଟେ ୧ କିଲୋଗ୍ରାମ ରୂପା ଦାମ ୭୫,୫୦୦ ଟଙ୍କା ରହିଛି। ତେବେ ହାଇଦ୍ରାବାଦ, କେରଳ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ବଜାରରେ ଏହାର ମୂଲ୍ୟ ୬୩,୩୮୦ ଟଙ୍କା ରହିଛି । ସେହିପରି ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ସରଫା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟ ୬୩,୫୩୦ଟଙ୍କା ରହିଛି। ସେପଟେ ଭୋପାଳ ଏବଂ ଇନ୍ଦୋରରେ ୧୦ ଗ୍ରାମ ସୁନା ମୂଲ୍ୟ ୬୩,୪୦୦ ଟଙ୍କା ରହିଥିବା ବେଳେ ଚେନ୍ନାଇ ବଜାରରେ ମୂଲ୍ୟ ୬୪,୦୪୦ ଟଙ୍କା ରହିଛି।

ଏଠାରେ କହି ରଖୁଛୁ ଯେ, ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହା ସହ ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ।

 

Get real time updates directly on you device, subscribe now.