fbpx
BJD SKY
BJD SKY

ଉତ୍କଳ ହସ୍ପିଟାଲରେ ପାଳନ ହେଲା ବିଶ୍ଵ କ୍ୟାନ୍ସର ଦିବସ

BJD

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ପାଳନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଛି। ତେବେ ବିଭିନ୍ନ ସ୍ଥାନରୁ କ୍ୟାନ୍ସର ବିଶେଷଜ୍ଞ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ କ୍ୟାନ୍ସରର ଚିକିତ୍ସା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରଯାଇଛି।

ଉତ୍କଳ ହସ୍ପିଟାଲର ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ଶତପଥି, ଡ. ସେଖ୍ ଅଲ୍ଲୀ, ଡ. ଅରୟାବନି ଦତ୍ତ, ଓଲିଉଡ ସୁପରଷ୍ଟାର ସିଦ୍ଧକ୍ନ୍ ମହାପାତ୍ର ଏବଂ କ୍ୟାନ୍ସର ସରଭାଇଭର ସାତ୍ୟକୀ ମିଶ୍ର ଏବଂ ଅନେକ ଖ୍ୟାତନାମା ଡାକ୍ତର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଡ଼ିଏମଇଟି ମୁଖ୍ୟ ଅତିଥି ପ୍ର. ଡ. ସଚିଦାନନ୍ଦ ମହାନ୍ତି ନିଜ ବକ୍ତବ୍ୟରେ କ୍ୟାନ୍ସର ବିଷୟରେ ସମ୍ୟକ ବିବରଣୀ ରଖିଥିଲେ।

Get real time updates directly on you device, subscribe now.