fbpx

ପାକିସ୍ତାନୀ ISI ଏଜେଣ୍ଟକୁ ଗିରଫ କଲା ୟୁପି ଏଟିଏସ୍, ଭାରତୀୟ ଦୂତାବାସରେ କରୁଥିଲା କାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ସ୍କ୍ୱାଡ (ଏଟିଏସ) ୟୁପିର ମେରୁଟରୁ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟକୁ ଗିରଫ କରିଛି । ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତ ସତ୍ୟେନ୍ଦ୍ର ସିୱାଲ ୟୁପିର ହାପୁରର ରହୁଥିବା ସୂଚନା ମିଳିଛି ।

ଅଭିଯୋଗ ହୋଇଛି ଯେ ସେ ଆଇଏସଆଇକୁ ଗୋପନୀୟ ତଥ୍ୟ ଦେଉଥିଲେ । ଦୂତାବାସରେ ଆଇବିଏସଏ ପୋଷ୍ଟରେ ଦାୟିତ୍ୱ ଦିଆଯାଇଥିଲା ।

ୟୁପି ଏଟିଏସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏହା ଅନୁସାରେ, ୟୁପି ଏଟିଏସକୁ ଏହା ବିଷୟରେ ଗୁପ୍ତ ସୂଚନା ମିଳିଥିଲା । ଅଭିଯୁକ୍ତ ୨୦୨୧ରୁ ରୁଷର ରାଜଧାନୀ ମେସ୍କୋରେ ଥିବା ଭାରତୀୟ ଦୂତାବାସରେ ଇଣ୍ଡିଆ ବେସ୍ଡ ସିକ୍ୟୁରିଟୀ ଆସିଷ୍ଟାଣ୍ଟ ପଦରେ ଥିଲେ । ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ଗୋଟିଏ ଆଧାର କାର୍ଡ,ପାନ୍ କାର୍ଡ ଓ ଏକ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି ।

ୟୁପି ଏଟିଏସକୁ ଗୁପ୍ତ ସୂଚନା ମିଳିଥିଲା କି, ପାକିସ୍ତାନର ଖୁଫିଆ ଏଜେନ୍ସି ଆଇଏସଆଇର ହ୍ୟାଣ୍ଡେଲର ବିଦେଶ ମନ୍ତ୍ରଣାଳୟର କିଛି କର୍ମଚାରୀଙ୍କୁ ଟଙ୍କାର ଲୋଭ ଦେଖାଇ ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ସୂଚନା ହାସିଲ କରିବାକୁ ଚେଷ୍ଟା କରୁଛି । ୟୁପି ଏଟିଏସ ଏହି ଖୁଫିଆ ସୂଚନା ଉପରେ କାମ କରିବା ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ସାତ୍ୟେନ୍ଦ୍ର ସୱାଲ ବିଷୟରେ ସୂଚନା ମିଳିଥିଲା ।

Get real time updates directly on you device, subscribe now.