fbpx

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ: ୧୦୦ରୁ ଅଧିକ ଆହତ, ଅନେକଙ୍କର ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଆସିଛି ଏକ ବଡ଼ ଖବର । ଏକ ବାଣ କାରଖାନାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି । ଏଥିସହିତ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଅନେକଙ୍କର ମୃତ୍ୟୁ ଆଶଙ୍କା ମଧ୍ୟ କରାଯାଉଛି । ରାଜ୍ୟର ହରଦାରେ ଘଟିଛି ଏପରି ଏକ ଅଘଟଣ । କିଛି ସମୟର ବ୍ୟବଧାନ ପରେ କ୍ରମାଗତ ଭାବେ ବିସ୍ଫୋରଣ ହୋଇଥିବାରୁ ତାହା ଏବେ ସଭିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫର ଟିମ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ବାଣ କାରଖାନାରେ କାମ କରୁଥିବା ଲୋକମାନେ ଏଥିରେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ନିଆଁ ଓ ବିସ୍ଫୋରଣକୁ ଦେଖି ଲୋକମାନେ ଭୟଭୀତ ହେବା ସହିତ ଏଣେତେଣେ ଦୌଡ଼ୁଥିବା ଦେଖାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି । କାରଖାନା ଭିତରେ ବାଣ ରଖାଯାଇଥିବାରୁ ତାହା ବିସ୍ଫୋରଣର ରୂପ ନେଉଛି । ସେଥିପାଇଁ ରେସକ୍ୟୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ତେବେ ଫ୍ୟାକ୍ଟ୍ରି ଭିତରେ କେତେ ଲୋକ ରହିଛନ୍ତି ସେନେଇ କିଛି ତଥ୍ୟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.