fbpx
BSKY
BJD SHG SKY
BJD MC SKY

ରେଳ ବିଭାଗ ଜାରି କଲା ବିଜ୍ଞପ୍ତି: ପୂରଣ ହେବ ୯ ହଜାର ଟେକ୍ନିସିଆନ୍ ପଦ, ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ନିଯୁକ୍ତି ଋତୁ ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପଦ ପୂରଣ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ରେଳ ବିଭାଗରେ ୯ ହଜାର ଟେକ୍ନିସିଆନ୍ ପଦ ପୂରଣ ହେବ । ଏନେଇ ରେଳ ନିଯୁକ୍ତି ବୋର୍ଡ ପକ୍ଷରୁ ଏକ ଶର୍ଟ ନୋଟିସ୍ ଜାରି କରାଯାଇଥିବା ବେଳେ ଚଳିତ ମାସରେ ଏହାର ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯାଇପାରେ ।

ସେହିପରି ଆସନ୍ତା ମାର୍ଚ୍ଚ- ଏପ୍ରିଲ ମାସରେ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇପାରେ । ଏହାପରେ ଅକ୍ଟୋବର ଓ ଡିସେମ୍ବର ମାସରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆୟୋଜନ ହେବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଫେବୃଆରୀ ମାସରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବ । ତେବେ ଏହା ନିଶ୍ଚିତ ଭାବେ ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ତେଣୁ ଇଚ୍ଛୁକ ଆଶାୟୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବା ଭଲ ।

ସୂଚନାଯୋଗ୍ୟ ଯେ, ନିକଟରେ ରେଳବାଇ ପକ୍ଷରୁ ବିଭିନ୍ନ ପଦର ପରୀକ୍ଷା ଓ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଥିଲା । ୫ ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦ ପୂରଣ ନେଇ ଚଳିତ ମାସରେ ଅନଲାଇନ୍ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ-ଜୁନରେ ଟେକ୍ନିସିଆନ ପଦ ବାହାରିବ । ସେହିପରି ନନ-ଟେକ୍ନିକାଲ ପପୁଲାର ବର୍ଗ ଏନଟିପିସି ଗ୍ରାଜୁଏଟ ଲେବଲ ଓ ନନ-ଟେକ୍ନିକାଲ ପପୁଲାର ବର୍ଗ ଏନଟିପିସି ଅଣ୍ଡର ଗ୍ରାଜୁଏଟ ଲେବଲ ପାଇଁ ଜୁଲାଇ-ସେପ୍ଟେମ୍ବର ମାସରେ ନିଯୁକ୍ତି ହେବ । ଏଥିସହିତ ଜୁନିୟର ଇଞ୍ଜିନିୟର ଓ ପାରାମେଡିକାଲ ବର୍ଗ ପାଇଁ ମଧ୍ୟ ନିଯୁକ୍ତି ବାହାରିବ ବୋଲି କୁହାଯାଇଥିଲା ।

ଶର୍ଟ ବିଜ୍ଞପ୍ତି ଲିଙ୍କ: https://rrbbhopal.gov.in/2024/Technicians%20Tentative%20Timeline%20Notice%20dt%2031012024.pdf

Get real time updates directly on you device, subscribe now.