fbpx
BSKY SKY
BSKY SKY

ବିହାର ସରକାରଙ୍କ ବଡ଼ ଘୋଷଣା, ବ୍ୟବସାୟ ପାଇଁ ଏତିକି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ, ଜାଣନ୍ତୁ ଡିଟେଲ

BSKY

ପାଟନା: ବିହାର ମୁଖମନ୍ତ୍ରୀ ନୀତିଶ କୁମାର ଏନଡିଏ ସହ ସରକାର ଗଠନ କରିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାଜ୍ୟରେ ଥିବା ଗରିବା ପରିବାରଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ନୀତିଶ ସରକାର ଅଣ୍ଟା ଭିଡ଼ିଛନ୍ତି । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଗରିବ ପରିବାରଙ୍କ ପାଇଁ ‘ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ନୀତିଶ କୁମାର ଏକ ପୋର୍ଟାଲର ଲୋକାର୍ପଣ ମଧ୍ୟ କରିଛନ୍ତିି ଯେଉଁଥିରେ ୬୧ଟି ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରାଯାଇ ଛୋଟ ଛୋଟ ଉଦ୍ୟୋଗ ଗୁଡ଼ିକୁ ସାମିଲ କରାଯାଇଛି ।

‘ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା’ ମାଧ୍ୟମରେ ବିହାର ସରକାର ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ରାଜ୍ୟରେ ଥିବା ୯୪ ଲକ୍ଷ ଗରିବ ପରିବାରଙ୍କୁ ଅତ୍ମନିର୍ଭର ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ । ଏହି ଯୋଜନା ଅନ୍ତର୍ଗତ ବ୍ୟବସାୟ ଆରମ୍ଭ କରିବା ପାଇଁ ଆବେଦନକାରୀ/ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ଯୋଜନାର ଲାଭ ଉଠାଇବା ପାଇଁ ଆବେଦନକାରୀମାନେ ଫେବୃଆରୀ ୨୦ ମଧ୍ୟରେ ପୋର୍ଟାଲରେ ଆବେଦନ କରିପାରିବେ । ଏଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୫୦ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆବେଦନକାରୀଙ୍କ ପାରିବାରିକ ଆୟ ମାସକୁ ୬ ହଜାର ଟଙ୍କାରୁ କମ୍ ଥିବା ଉଚିତ ।

ଏହି ପରିପ୍ରେକ୍ଷୀରେ ନୀତିଶ କୁମାର ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତେ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଅଛନ୍ତି ଏବଂ ଏହି ଯୋଜନା ସହ ଜଡ଼ିତ ହିତାଧିକାରୀଙ୍କୁ ସାହାଯ୍ୟ କରିବେ । ଏହା ସହ ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ଯୋଜନାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିବେ । ଏହା ଦ୍ୱାରା ଅଧିକରୁ ଅଧିକ ଲୋକ ଲାଭାନ୍ୱିତ ହୋଇପାରିବେ ବୋଲି ସେମାନଙ୍କୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.