fbpx

ସମାନ ନାଗରିକ ସଂହିତା ଦ୍ୱାରା ଜନତାଙ୍କୁ କ’ଣ ଫାଇଦା ମିଳିବ: ନୂଆ ଆଇନ ଆଣିବ ୧୫ଟି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ନେଇ ଦେଶରେ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ଜାରି ରହିଥିଲା । ତେବେ ଏହା ମଧ୍ୟରେ ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକା ସଂହିତା (ୟୁସିସି) ବିଲ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ୟୁସିସି ଲାଗୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଥିବା ବେଳେ ଏବେ ସେ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ଗତ ୪ ତାରିଖରେ ରାଜ୍ୟ କ୍ୟାବିନେଟରେ ୟୁସିସି ଡ୍ୟାଫ୍ଟକୁ ମଞ୍ଜୁରମିଳିଥିଲା । ଏହି ବିଲ ବିଧାନସଭାରେ ଆଗତ ହେବା ପରେ ତାହା ଆଇନରେ ପରିଣତ ହୋଇଯିବ । ଏହା ଫଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ।

୧- ବହୁବିବାହ ଉପରେ ରୋକ ଲାଗିବ ।

୨- ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହୋଇଯିବ ।

୩- ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ ।

୪- ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ ।

୫- ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା ।

୬- ଉତ୍ତରାଧିରରେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ ।

୭- ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ ।

୮- ଲିଭ-ଇନରେ ରହୁଥିବା ଲୋକଙ୍କୁ ପିତା-ମାତାଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ ।

୯- ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ପାରନ୍ତି ।

୧୦- ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ପିତାମାତଙ୍କ ଭରଣପୋଷଣ ଦାୟିତ୍ୱ ପତ୍ନୀ ବହନ କରିବେ ଓ ତାଙ୍କୁ ସହାୟତା ମିଳିବ ।

୧୧- ପତିଙ୍କ ମୃତ୍ୟୁ ପରେ ପତ୍ନୀ ପୁନର୍ବିବାହ କଲେ ସହାୟତା ପିତାମାତାଙ୍କୁ ମିଳିବ ।

୧୨- ଅନୁସୂଚିତ ଜନଜାତି (ଏସଟି) ଲୋକମାନେ ଏହି ପରିଧିରୁ ବାହାରେ ରହିବେ ।

୧୩- ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ପିଲାଙ୍କର ଦାୟିତ୍ୱ ଜେଜେ ବାବା-ଜେଜେ ମା’ଙ୍କୁ ଦିଆଯାଇପାରେ ।

୧୪- ଅନାଥ ଶିଶୁଙ୍କ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରାଯିବ ।

୧୫- ମୁସଲିମ ମହିଳାଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ରହିବ ।

ବିଭିନ୍ନ ସୋର୍ସରୁ ସଂଗୃହୀତ ତଥ୍ୟକୁ ନେଇ ଏହି ଲିଷ୍ଟ ପ୍ରସ୍ତୁତ କରାଯାଇଛି । ୟୁସିସି ଲାଗୁ ହେବା ଫଳରେ କ’ଣ ସବୁ ପରିବର୍ତ୍ତନ ଘଟିବ ସେନେଇ ଆଗକୁ ସବୁକିଛି ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.