fbpx

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଯୌନ ନିର୍ଯାତନା ଅଭିଯୋଗ

ଓଡ଼ିଶା ଭାସ୍କର: ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ ୨ ମହିଳା ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଅତ୍ମସମର୍ପଣ କରିଥିବାର ସୂଚନା ମିଳିଛି । ଉଭୟ ମହିଳା ମାଓବାଦୀ KKBN ଡିଭିଜନ ମହାନଦୀ ଏରିଆ କମିଟିର ସଦସ୍ୟ । ଉଭୟ ଛତିଶଗଡ଼ ବିଜାପୁରର ଅଞ୍ଚଳର । ସେମାନେ ୫ ବର୍ଷ ତଲେ ମାଓ କ୍ୟାମ୍ପରେ ସାମିଲ ହୋଇଥିବା ସୂଚନା ମିଳିଛି । ଦିନକୁ ଦିନ ସୀମାନ୍ତରେ ମାଓବାଦୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଲେ ପୋଲିସ ଏବଂ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଛି । ଏଭଳି ସ୍ଥିତିରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

Get real time updates directly on you device, subscribe now.