fbpx

(Video): ଡଗ୍ ପ୍ଲେଟରୁ ବିସ୍କୁଟ ଦେଲେ ରାହୁଲ ଗାନ୍ଧୀ, ବିଜେପିର ଅଭିଯୋଗ

ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଚାଲିଛି । ଏଥିମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ ବିଜେପିର IT cellର ପ୍ରମୁଖ ଅମିତ ମାଲଭିଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳରୁ ବୁଥ୍ ଏଜେଣ୍ଟମାନଙ୍କୁ କୁକୁର ସହ ତୁଳନା କରିଥିଲେ । ବର୍ତ୍ତମାନ ରାହୁଲ ଗାନ୍ଧୀ ଯାତ୍ରା ସମୟରେ କୁକୁରମାନଙ୍କୁ ବିସ୍କୁଟ ଖୁଆଉଛନ୍ତି । ଆଉ ଯେତେବେଳେ କୁକୁର ବିସ୍କୁଟ ଖାଉନି ତାହା ତାଙ୍କ କର୍ମୀଙ୍କୁ ଦେଉଛନ୍ତି । ଯେଉଁଠି ଦଳର ଅଧ୍ୟକ୍ଷ ଏବଂ ନେତା ଦଳର କର୍ମୀଙ୍କୁ କୁକୁର ପରି ବ୍ୟବହାର କରୁଛନ୍ତି ସେଭଳି ଦଳ ଲୋପ ପାଇବା ସ୍ୱାଭାବିକ ।’ ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ କଂଗ୍ରେସ ନେତାଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି ।

ତେବେ ରାହୁଲ ଗାନ୍ଧୀଙ୍କ ଏଭଳି ବ୍ୟବହାରକୁ ଲଜ୍ଜ୍ୟାଜନକ କହି ବିଜେପି ନେତ୍ରୀ ପଲ୍ଲଭୀ ସିଟି ‘ଏକ୍ସ’ରେ ପ୍ରତିକ୍ରିଆ ପ୍ରକାଶ କରିଛନ୍ତି । ସେ ସେହି ଦିନକୁ ମନେ ପକାଇଥିଲେ ଯେତେବେଳେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କୁ ରାହୁଲ ଗାନ୍ଧୀଙ୍କ ପୋଷା କୁକୁର Pidiର ପ୍ଲେଟରୁ ବିସ୍କୁଟ୍ ଖାଇବା ପାଇଁ କୁହାଯାଇଥିଲା । ବର୍ତ୍ତମାନ କୁକୁର ନ ଖାଉଥିବା ବିସ୍କୁଟ ରାହୁଲ ତାଙ୍କ ଦଳ କର୍ମୀଙ୍କୁ ଦେଇଛନ୍ତି । ଦଳ କର୍ମୀ, ସମର୍ଥକ ଏବଂ ଭୋଟରମାନଙ୍କ ପାଇଁ ଏହା ହେଉଛି ସମ୍ମାନ ? ତେବେ ବିଜେପି ନେତ୍ରୀ ପଲ୍ଲଭୀ ସିଟିଙ୍କ ପ୍ରତିକ୍ରିୟା ଉପରେ ହିମନ୍ତ ସର୍ମା ପୋଷ୍ଟ କରି ଲେଖିଛନ୍ତି, ‘ପଲ୍ଲଭୀ ଜୀ, କେବଳ ରାହୁଲ ଗାନ୍ଧୀ ନୁହେଁ ବରଂ ତାଙ୍କ ପୁରା ପରିବାର ମୋତେ ସେହି ବିସ୍କୁଟ ଖୁଆଇ ପାରିବେ ନାହିଁ । ମୁଁ ଜଣେ ଆସାମୀୟ ଏବଂ ଭାରତୀୟ ଭାବେ ଗର୍ବ ଅନୁଭବ କରୁଛି । ମୁଁ ଖାଇବା ପାଇଁ ମନା କରିଲି ଏବଂ କଂଗ୍ରେସରୁ ଇସ୍ତଫା ଦେଇଦେଲି ।’

 

Get real time updates directly on you device, subscribe now.