fbpx

ଶିମିଳିପାଳ ଅଭୟାରଣ୍ୟରୁ ମିଳିଲା ମହାବଳ ବାଘର ମୃତ ଦେହ

ଓଡ଼ିଶ ଭାସ୍କର: ଶିମିଳିପାଳ ଅଭୟାରଣ୍ୟରୁ ମିଳିଛି ମହାବଳ ବାଘର ମୃତ ଦେହ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ଗତ ୫ ତାରିଖ ସନ୍ଧ୍ୟାରେ ବନ କର୍ମଚାରୀମାନେ ପାଟ୍ରାଲିଂ କରୁଥିବା ସମୟରେ ବାଘର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏନେଇ ଶିମିଳିପାଳ ବ୍ୟାଘ୍ର୍ୟ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ମୃତ ବାଘର ବୟସ ୩ରୁ ୪ ବର୍ଷ ବୋଲି ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

 

Get real time updates directly on you device, subscribe now.