fbpx

ପାକିସ୍ତାନ ନିର୍ବାଚନରେ ଜାଲିଆତି ଅଭିଯୋଗରେ ଚିନ୍ତା ପ୍ରକଟ କଲେ ଆମେରିକା ଓ ବ୍ରିଟେନ

ନୂଆଦିଲ୍ଲୀ: ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗ କୁ ନେଇ ସେ ଉଦ୍ ବେଗ ପ୍ରକାଶ କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ କହିଛନ୍ତି ଯେ ତାଙ୍କ ଦେଶ ମୌଳିକ ମାନବିକ ଅଧିକାର ବଜାୟ ରଖିବା ପାଇଁ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଏକ ବିବୃତ୍ତିରେ କ୍ୟାମେରନ ଦୁଃଖ ପ୍ରକାଶ କରିଛନ୍ତି ଯେ ସମସ୍ତ ଦଳକୁ ଆନୁଷ୍ଠାନିକ ଭାବେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇନାହିଁ। ଅନ୍ୟପକ୍ଷରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର ପାକିସ୍ତାନରେ ନିର୍ବାଚନ ସମୟରେ ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ଶାନ୍ତିପୂର୍ଣ୍ଣ ସମାବେଶ ଉପରେ ପ୍ରତିବନ୍ଧକକୁ ସମାଲୋଚନା କରିଛନ୍ତି।

ନିର୍ବାଚନ ପ୍ରକ୍ରିୟା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ, ଇଣ୍ଟରନେଟ୍ ଏବଂ ଟେଲିଯୋଗାଯୋଗ ସେବା ଉପରେ ପ୍ରତିବନ୍ଧକ ଥିବା ଦର୍ଶାଇ ଆମେରିକା ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛି। ପିଟିଆଇ ପକ୍ଷରୁ ଠକେଇ ଅଭିଯୋଗ ଆସିଥିଲେ ମଧ୍ୟ ସେଥିରୁ କୌଣସି ପ୍ରମାଣ ଉପସ୍ଥାପନ କରାଯାଇନାହିଁ। ଇମ୍ରାନ୍ ଖାନ୍ ତାଙ୍କ ଦଳ ଓ କର୍ମୀଙ୍କୁ ସେମାନଙ୍କ ଭୋଟ୍ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିନାହାନ୍ତି।

ଗୁରୁବାର ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ୨୬୬ ଟି ଆସନ ପାଇଁ ମତଦାନ ପରେ ଫଳାଫଳ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ପିଟିଆଇ ସମର୍ଥିତ ୮୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ନୱାଜ ସରିଫଙ୍କ ପିଏମଏଲ-ଏନ ୭୦ଟିରେ ବିଜୟୀ ହୋଇଛି। ପିପିପି ୫୧ଟି ଆସନ ଜିତିଥିବା ବେଳେ ଅନ୍ୟ ପ୍ରାର୍ଥୀମାନେ ୩୧ଟି ଆସନରେ ବିଜୟୀ ହୋଇଛନ୍ତି।

Get real time updates directly on you device, subscribe now.