fbpx

ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି ରାସ୍ତାରେ ପଙ୍ଗପାଳ ପଳାଇଲେ ବୋଲି ଛତିଶଗଡ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ପଙ୍ଗପାଳଙ୍କ ଓଡିଶା ଗସ୍ତ ନେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶା ଯିବାର ସମ୍ଭାବନା ନାହିଁ ।

ତେବେ ଗତକାଲି ମଧ୍ୟପ୍ରଦେଶରୁ ଆସି କୋରିଆ ଜିଲ୍ଲାରେ ପହଞ୍ଚିଥିଲେ ପଙ୍ଗପାଳ । କୋରିଆର ଭରତପୁର ନିକଟ ୩ଟି ଗ୍ରାମରେ ପହଞ୍ଚିବା ସୂଚନା ପରେ ଘଟଣାସ୍ଥଳରେ ବନ ବିଭାଗ, କୃଷି ବିଭାଗ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ପଙ୍ଗପାଳ ଉପରକୁ ପାଣି ମାଡ କରାଯାଇଥିଲା ।

Get real time updates directly on you device, subscribe now.