fbpx

ପରୀକ୍ଷାର୍ଥୀଙ୍କ ଚାପ କମାଇବା ପାଇଁ ଟୋଲ ଫ୍ରି ନମ୍ୱର ଜାରି କଲା ଗଣଶିକ୍ଷା ବିଭାଗ

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ବୋର୍ଡ ପରୀକ୍ଷା, ଯାହାକୁ ନେଇ ଚାପ ଗ୍ରସ୍ତ ପରୀକ୍ଷାର୍ଥୀ। କେତେକ ପିଲା ମାର୍କକୁ ନେଇ ଚିନ୍ତିତ ତ ଆଉ କେତେକ ପିଲା କେବଳ ମାତ୍ର ପାସ ହେବା ପାଇଁ ଚିନ୍ତିତ। ଆଉ ଏମିତିରେ ଅଭିଭାବକ ଓ ଶିକ୍ଷକଙ୍କଦ୍ୱାରା କିଛି ମାନସିକଭାବେ ଭାରାକ୍ରାନ୍ତ ହେଉଛନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର। ପିଲାମାନେ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ପରାମର୍ଶ ନେଇପାରିବେ।

ସୂଚନା ଥାଉକି, ଆସନ୍ତା ଫେବ୍ରୁଆରୀ ୧୫ ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ସେହିପରି ଫେବ୍ରୁଆରୀ ୧୬ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଏବଂ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏଣୁ ପରୀକ୍ଷାର୍ଥୀଙ୍କ ଉପରୁ ଚାପ କମାଇବା ପାଇଁ ଗଣଶିକ୍ଷା ବିଭାଗ ଆରମ୍ଭ କରିଛି ଟେଲି ମାନସ ବ୍ୟବସ୍ଥା। ଏନେଇ ଏକ ଟୋଲ ଫ୍ରି ନମ୍ୱର ‘୧୪୪୧୬’ ଜାରି କରାଯାଇଛି। ପରୀକ୍ଷାର୍ଥୀ ମାନେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ସିଧା ସଳଖ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ।

 

Get real time updates directly on you device, subscribe now.