ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେଲା ୧୪୪ ଧାରା, ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି?

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରାଜ୍ୟରେ ଏକ ମାସ ଲାଗି ୧୪୪ ଧାରା ଲାଗୁ କରିଛନ୍ତି । ଏହା ପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ଧାରା ୧୪୪ ଲାଗୁ କରିଥିଲେ କିନ୍ତୁ ଏବେ ପୁରା ସହରରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । କୃଷକମାନଙ୍କର ‘ଦିଲ୍ଲୀ ମାର୍ଚ୍ଚ’ଘୋଷଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ ଦିଲ୍ଲୀର ସୀମାରେ ବି ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରି ଦିଆଯାଇଛି । ସୀମାକୁ ବ୍ୟାରିକେଡ୍ କରି ବନ୍ଦ କରି ଦିଆଯାଇଛି । ସେହିପରି ପୋଲିସ ନିଜ ଗୁଇନ୍ଦା ବ୍ୟବସ୍ଥାକୁ ବି ସତର୍କ କରାଇ ଦେଇଛି ।

୧୪୪ ଧାରା ଲାଗୁ ହେବା ପରେ ୫ କିମ୍ବା ଏହାଠାରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇପାରିବେ ନାହିଁ । ଏହାର ପାଳନ ନ କରିବା ଆଇନର ଉଲଙ୍ଘନ ବୋଲି ମନେ କରାଯିବ । ତେବେ ବିଶେଷ କାର୍ଯ୍ୟକ୍ରମ ଲାଗି ପୋଲିସ ଠାରୁ ଅନୁମତି ନେବାକୁ ହେବ ।

Get real time updates directly on you device, subscribe now.