fbpx
BJD SKY
BJD SKY

U19 ବିଶ୍ୱକପ ଫାଇନାଲରେ Turning Point ଥିଲା ଏହି ୱିକେଟ: ଭାରତ ହାତରୁ ଛଡ଼ାଇନେଲା ଟ୍ରଫି

BJD

ଓଡ଼ିଶା ଭାସ୍କର: ୯ ମାସ ଭିତରେ ଅଷ୍ଟ୍ରେଲିଆ ୩ଟି ବଡ଼ ଆଇସିସି ଇଭେଣ୍ଟରେ ଭାରତକୁ ପରାସ୍ତ କରିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଏବଂ ଦିନିକିଆ ବିଶ୍ୱକପ-୨୦୨୩ରେ ସିନିୟର ଭାରତୀୟ ଟିମକୁ ମାତ୍ ଦେଇ ଚମ୍ପିଆନ୍ ହେବା ପରେ ଏବେ ଜୁନିୟର ଦଳ ମଧ୍ୟ ଭାରତ ହାତରୁ ବିଶ୍ୱକପ ଛଡ଼ାଇ ନେଇଛି । ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆର ୨୫୪ ରନ୍ ଲକ୍ଷ୍ୟକୁ ହାସଲ କରି ନ ପାରି ବିଶ୍ୱକପ ହରାଇଛି ଟିମ ଇଣ୍ଡିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରୁଥିବା ଭାରତ ପାଇଁ ଏହି ମ୍ୟାଚରେ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା, ଯାହା ପରେ ଦଳ ମ୍ୟାଚରେ କମବ୍ୟାକ କରି ନ ପାରି ଟ୍ରଫି ହାତଛଡ଼ା କରିଛି ।

ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଅଧିନାୟକ ଉଦୟ ସହାରନଙ୍କ ୱିକେଟ ପରେ ଭାରତକୁ ସମସ୍ୟାରୁ ବାହାରକୁ ବାହାରିବା ସମ୍ଭବ ହୋଇ ପାରିନାହିଁ । ତେଣୁ ଉଦୟଙ୍କ ୱିକେଟ ହିଁ ଭାରତ ପରାଜୟର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଇପାରେ । ବିଶ୍ୱକପରେ ଉଦୟ ଭାରତୀୟ ମଧ୍ୟକ୍ରମକୁ ସମ୍ଭାଳିଥିଲେ । ତେଣୁ ଉଦୟ ମଇଦାନରେ ଥିବା ପର୍ଯ୍ୟନ୍ତ ଭାରତର ବିଜୟ ଆଶା ଖୁବ ଅଧିକ ରହିଥିଲା । ଚଳିତବର୍ଷ ଅଣ୍ଡର-୧୯ ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା କ୍ରିକେଟରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତୀୟ ଅଧିନାୟକ ଉଦୟ ସହାରନ୍ । ଫାଇନାଲ ଜିତିବାକୁ ଅଷ୍ଟ୍ରେଲିଆ ପାଇଁ ଉଦୟଙ୍କ ୱିକେଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହା ଭିତରେ ମହଲୀ ବିୟର୍ଡମ୍ୟାନ୍ ଉଦୟଙ୍କ ମାତ୍ର ୮ ରନରେ ଆଉଟ କରି ପାଭିଲିୟନ ପଠାଇଥିଲେ ।

ତେବେ ଉଦୟଙ୍କ ୱିକେଟ ପରେ ବ୍ୟାକଫୁଟକୁ ଚାଲି ଯାଇଥିଲା ଟିମ ଇଣ୍ଡିଆ । ଏହାପରେ ଷ୍ଟାର ବ୍ୟାଟର ସଚିନ୍ ଦାସ ଏବଂ ଆଦର୍ଶ ସିଂହ ମଧ୍ୟ ଆଉଟ ହୋଇ ଯାଇଥିଲେ । ଉଦୟଙ୍କ ପରେ ଭାରତୀୟ ଦଳ ପୁଣିଥରେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ମୁଣ୍ଡ ଟେକି ଠିଆ ହେବାରେ ସକ୍ଷମ ହୋଇ ପାରିନାହିଁ । ଫଳରେ ମାତ୍ର ୧୭୪ ରନରେ ଭାରତ ଅଲ୍ ଆଉଟ ହୋଇ ବିଶ୍ୱକପ ଜିତିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି । ସେପଟେ ୬ ବର୍ଷର ପ୍ରତିଶୋଧ ନେବା ସହିତ ଅଷ୍ଟ୍ରେଲିଆ ଚତୁର୍ଥ ଥର ପାଇଁ ଅଣ୍ଡ-୧୯ ବିଶ୍ୱକପରେ ଚମ୍ପିଆନ ମୁକୁଟ ପିନ୍ଧିଛି ।

Get real time updates directly on you device, subscribe now.