fbpx
BJD
BJD SKY
BJD SKY

୮୭ ବର୍ଷ ଧରି ଭୋଗ କରି ଆସୁଥିବା ଏହିସବୁ ଅଧିକାର ଆଉ ପାଇବେନି ମୁସଲିମ୍ ସମୁଦାୟ , UCC ଲାଗୁ ହେବା ପରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡରେ ଏବେ ସମାନ ନାଗରିକ ସଂହିତା(UCC) ପାସ୍ ହୋଇଯାଇଛି । ଏବେ ଚର୍ଚ୍ଚା ହେଉଛି କି ଗୁଜୁରାଟ ଓ ଆସାମ ସରକାର ମଧ୍ୟ ଏପରି ବିଲ୍ ଶୀଘ୍ର ଆଣିବେ । ଉତ୍ତରାଖଣ୍ଡରେ UCC ଲାଗୁ ହେବା ପରେ ମୁସଲିମ୍ ସମୁଦାୟକୁ ସରିୟାତ୍ ଆଇନ ଜରିଆରେ ୮୭ ବର୍ଷ ଧରି ମିଳୁଥିବା କିଛି ଅଧିକାର ଆଉ ମିଳିବ ନାହିଁ ।
ମୁସଲିମ୍ ସମୁଦାୟରେ ବ୍ୟକ୍ତିଗତ ମାମଲାରେ ଯେପରିକି ନିକାହ, ତଲାକ, ଗୁଜୁରାଣ ଭତ୍ତା, ଉତ୍ତରାଧିକାରୀ, ଶିଶୁର ଭାର ଇତ୍ୟାଦି ମାମଲା ମୁସଲିମ୍ ପର୍ସନାଲ ଲ’ (ସରିୟାତ୍) ଆପ୍ଲିକେସନ ଆକ୍ଟ ୧୯୩୭ ଦ୍ୱାରା ପରିଚାଳିତ ହୋଇଥାଏ ।

୧୯୩୭ରେ ମୁସଲିମ୍ ପର୍ସନାଲ ଲ’ ଆପ୍ଲିକେସନ ଆକ୍ଟ ପାସ୍ ହୋଇଥିଲା । ଏହି ଆଇନର ଲକ୍ଷ୍ୟ ଥିଲା ଭାରତୀୟ ମୁସଲମାନମାନଙ୍କ ପାଇଁ ଏକ ଇସଲାମିକ୍ ଆଇନ କୋଡ୍ ପ୍ରସ୍ତୁତ କରିବା । ଭାରତରେ ଅନ୍ୟ ଧର୍ମ ସଂପ୍ରଦାୟଙ୍କର ବି ପର୍ସନାଲ ଲ’ ରହିଛି । ଯେପରିକି ହିନ୍ଦୁମାନଙ୍କ ପାଇଁ ୧୯୫୫ରେ ହିନ୍ଦୁ ମ୍ୟାରେଜ୍ ଆକ୍ଟ, ପାର୍ସିି ମ୍ୟାରେଜ୍ ଆଣ୍ଡ ଡିଭୋର୍ସ ଆକ୍ଟ ରହିଛି ।
ସରିୟାତ୍ ଆଇନରେ କୁହାଯାଇଛି କି ମୁସଲିମ୍ ଝିଅମାନେ ରଜସ୍ୱଳା ହେବା ପରେ ବା ୧୩ ବର୍ଷ ପରେ ବିବାହଯୋଗ୍ୟ ହୋଇଯାଆନ୍ତି । ୧୩ ବର୍ଷ ବୟସରେ ସେମାନଙ୍କ ବିବାହ କରାଯାଇପାରିବ ଯେତେବେଳେ କି ଭାରତରେ ବିବାହ ବୟସ ୧୮ ବର୍ଷ ରଖାଯାଇଛି । UCC ଲାଗୁ ହେବା ପରେ ଏବେ ଉତ୍ତରାଖଣ୍ଡରେ ମୁସଲିମ ସମୁଦାୟ ପାଇଁ ବି ବିବାହ ବୟସ ଝିଅମାନଙ୍କ କ୍ଷେତ୍ରରେ ୧୮ ଓ ପୁଅମାନଙ୍କ କ୍ଷେତ୍ରରେ ୨୧ ରହିବ ।

ସେହିପରି ସରିୟାତ୍ ଆଇନ ବହୁ ବିବାହକୁ ସ୍ୱୀକୃତି ଦେଇଥାଏ । କିନ୍ତୁ ଭାରତରେ ପଲିଗାମୀ ବା ବହୁ ବିବାହ ଉପରେ ପ୍ରତିବନ୍ଧ ଲାଗିଛି । ଏବେ ଏଠାରେ UCC ଲାଗୁ ହେବା ପରେ ମୁସଲମାନମାନେ ବହୁ ବିବାହ କରିପାରିବେ ନାହିଁ । ଏହା ବ୍ୟତିତ ଉତ୍ତରାଖଣ୍ଡରେ ମୁସଲିମ ସମୁଦାୟଙ୍କ ନିକାହ ହଲାଲା ଓ ଇଦ୍ଦତ ଉପରେ ମଧ୍ୟ ପ୍ରତିବନ୍ଧ ଲାଗିଯାଇଛି । ସରିୟାତ୍ ଆଇନରେ ନିକାହ ହଲାଲାର ପ୍ରାବଧାନ ରହିଥିଲା । ଫଳରେ ଯଦି ତଲାକ ପରେ କୌଣସି ମହିଳା ସେହି ପୁରୁଷଙ୍କୁ ପୁଣି ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ତେବେ ତାଙ୍କୁ ହଲାଲା ବା ୩ୟ ପୁରୁଷଙ୍କ ସହ ବିବାହ କରିବାକୁ ହେଉଥିଲା । କିନ୍ତୁ ଏବେ ଏହା ସେଠାରେ ଦଣ୍ଡନୀୟ ପାଲଟିଯିବ ।

ସେହିପରି ୮୭ ବର୍ଷ ପୁରୁଣା ସରିୟାତ୍ ଆଇନରେ କୁହାଯାଇଥିଲା କି ମୁସଲିମ୍ ବ୍ୟକ୍ତି ନିଜ ସଂପତ୍ତିର ଏକ ତୃତୀୟାଂଶ କାହାକୁ ବି ଦେଇପାରିବେ ଓ ବାକି ଭାଗ ତାଙ୍କ ପରିବାରକୁ ମିଳିବ । ଯଦି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ସଂପତ୍ତିର ଭାଗ ବଣ୍ଟା ନେଇ କୌଣସି କୋର୍ଟ କାଗଜପତ୍ର କରାଇନାହାନ୍ତି ତେବେ ଏହା କୁରାନ ଓ ହଦିଦର ଥିବା ନିୟମ ଅନୁଯାୟୀ ହେଉଥିଲା । କିନ୍ତୁ ଏବେ UCC ଲାଗୁ ହେବା ପରେ ଏହା ବଦଳି ଯାଇଛି ।

Get real time updates directly on you device, subscribe now.