fbpx

NCHM JEE 2024: ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ପରୀକ୍ଷା ପାଟର୍ନ ଏବଂ ମାର୍କିଂ ସ୍କିମ୍‌

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ବୋର୍ଡ଼ ପରୀକ୍ଷା । ଚିନ୍ତାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ । ସାଧାରଣତଃ ୧୦ମ ଓ ଦ୍ୱାଦଶ ପରେ ପିଲାମାଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ବେଶି ଟେନସନ୍ ହୋଇଯାନ୍ତି । ନିକଟରେ ବୋର୍ଡ଼ ପରୀକ୍ଷାର୍ଥୀଙ୍କ ଷ୍ଟେସ୍ ମ୍ୟାନେଜମେଣ୍ଟ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ‘ଟେଲି ମାନସ’ ସେବା ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଏକ ଟୋଲ ଫ୍ରି ନମ୍ବର ‘୧୪୪୧୬’ ରେ ଫୋନ୍ କରି କାଉନସିଲରଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ ଛାତ୍ରଛାତ୍ରୀ ।

ଦ୍ୱାଦଶ ପରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜ କ୍ୟାରିୟର ଗଢ଼ିବାକୁ ନେଇ ବଡ଼ ଚ୍ୟାଲେଞ୍ଜ ଦେଖାଦେଇଥାଏ । ସେମାନଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାର ବିକଳ୍ପ ରହିଛି ଯଦ୍ୱାରା ସେମାନେ ଦିଗହରା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ତେବେ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି National Council For Hotel Management(NCHM) JEE 2024 ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରେସନ୍ କରିବାର ଅନ୍ତିମ ତାରିଖ ହେଉଛି ମାର୍ଚ୍ଚ ୩୧ । ଇଚ୍ଛୁକ ପ୍ରାର୍ଥୀମାନେ NCHMର ଅଫିସିଆଲ ୱେବସାଇଟ୍ https://exams.nta.ac.in ରେ ଆବେଦନ କରିପାରିବେ । ତେବେ ଏପ୍ରିଲ ୨ରୁ ୫ ତାରିଖ ମଧ୍ୟରେ ଆବେଦନରେ କୌଣସି ପ୍ରକାଶ ତୃଟି ସଂଶୋଧନ କରିପାରିବେ । ଚଳିତ ବର୍ଷ ମେ ୧୧ରେ NCHM JEE 2024 ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସମସ୍ତ ପେମେଣ୍ଟ ଅନଲାଇନ୍ ମୋଡରେ କରାଯିବ ।

NCHM JEE 2024: ପରୀକ୍ଷା ପାଟର୍ନ ଏବଂ ମାର୍କିଂ ସ୍କିମ୍‌

ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ପରୀକ୍ଷା ସମୟ-୧୮୦ ମିନିଟ୍ ରହିବ । ସମସ୍ତ ପ୍ରଶ୍ନ ଇଂରାଜୀ ଭାଷାରେ ରହିବ ଏବଂ ପ୍ରଶ୍ନ ପ୍ରକାର- ଅବଜେକ୍ଟିଭ୍ ଟାଇପ୍ । ଏହି ପରୀକ୍ଷାରେ ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ୪ ନମ୍ବର ମିଳିବ ଏବଂ ପ୍ରତି ଭୁଲ ଉତ୍ତର ପାଇଁ ଗୋଟିଏ ନମ୍ବର କଟିବ । କୌଣସି ପ୍ରଶ୍ନର ଉତ୍ତର ନଦେଲେ କିଛି ନମ୍ବର କଟିବ ନାହିଁ ।

NCHM JEE 2024: ପରୀକ୍ଷାରେ ବିଭାଗ ଜନିତ ପ୍ରଶ୍ନ

ଇଂରାଜୀ ଭାଷା- ୬୦
ସର୍ଭିସ ସେକ୍ଟର ପାଇଁ ଆପ୍ଟିଟ୍ୟୁଡ୍‌- ୫୦
ସାଧାରଣ ଜ୍ଞାନ ଏବଂ କରେଣ୍ଟ ଆଫେୟାର୍ସ- ୩୦
ରିଜନିଂ ଏବଂ ଲଜିକାଲ- ୩୦
ନ୍ୟୁମେରିକାଲ ଏବିଲିଟି ଏବଂ ସାଇଣ୍ଟିଫିକ୍ ଆପ୍‌ଟିଟ୍ୟୁଡ୍‌-୩୦

 

Get real time updates directly on you device, subscribe now.