fbpx
BJD
BJD SKY
BJD SKY

ନିର୍ବାଚନ ପୂର୍ବରୁ BJPର ମାଷ୍ଟରପ୍ଲାନ! ଓଡ଼ିଶାରେ ଡେରା ପକାଇବେ ଦଳର ଚିହ୍ନା ଚେହେରା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପରୋକ୍ଷ ଭାବରେ ନିଜ ଦଳର ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ସମସ୍ତ ନିର୍ବାଚନୀ ଦଳ । ତେବେ ଏହି କାର୍ଯ୍ୟରେ ଖୁବ ଆଗରେ ରହିଛି ଭାରତୀୟ ଜନତ ପାର୍ଟି । ବର୍ତ୍ତମାନ ବିଜେପିର ବଡ଼ ଟାର୍ଗେଟ ହେଉଛି ଓଡ଼ିଶା । ତେଣୁ ଦଳର ଅନେକ ଟାଣୁଆ ନେତା ଏବଂ ଚିହ୍ନା ଚେହେରା ଏବେ ଓଡ଼ିଶାମୁହାଁ ହୋଇଛନ୍ତି ।

ନିର୍ବାଚନ ପୂର୍ବରୁ ରାଜ୍ୟରେ ଡେରା ପକାଇବା ପାଇଁ ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏହି ଅବସରରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ । କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପହଞ୍ଚି ଏଠାକାର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ ଶିବରାଜ । ଏହାପରେ ଆସନ୍ତା ଫେବୃଆରୀ ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ସେହିପରି ଫେବୃଆରୀ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି । ତେବେ ମାସର ଶେଷରେ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.