fbpx

କୋମଲ ପ୍ଲେ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ

Advertisement

ଭୁବନେଶ୍ୱର: ନହରକଣ୍ଟାସ୍ଥିତ ମିନି ଷ୍ଟାଡିୟମ୍ ରେ କୋମଲ ପ୍ଲେ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ । ଏହାବ୍ୟତୀତ ମୁଖ୍ୟ ବକ୍ତା ଭାବରେ ଡା. ବିଷ୍ଣୁ ପ୍ରସାଦ ଗୁରୁ, ସମ୍ମାନୀୟ ଅତିଥି ଭାବେ ସୁକୁମାର ସାହୁ ଯୋଗ ଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିଛନ୍ତି। ଏଥିରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳିକା ରଶ୍ମିତା ପ୍ରଧାନଙ୍କ ସହିତ ସ୍କୁଲର ଶିକ୍ଷୟତ୍ରୀ ଲିତୁଷ୍ରୀ ପ୍ରଧାନ, ଲିପି ସାହୁ, ସସ୍ମିତା ମହାରଣା, କରିଶ୍ମା ବେହେରା, କାବେରୀ ସ୍ୱାଇଁ, ବୈଶାଖୀ ନାୟକ ଏବଂ ରାଜେଶ୍ୱରୀ ରେଡ୍ଡୀ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Get real time updates directly on you device, subscribe now.