fbpx
BJD SKY
BJD SKY

Cyber ଲୁଟେରାଙ୍କ ଟାର୍ଗେଟରେ ମହେଶ ବାବୁଙ୍କ ଝିଅ: ସିତାରାଙ୍କ ନାଁରେ ଚାଲିଛି ଠକେଇ

BJD

ମୁମ୍ବାଇ: ସାଉଥ ସିନେମାର ସୁପରଷ୍ୟାର ମହେଶ ବାବୁ ଓ ନମ୍ରତା ଶିରୋଦକରଙ୍କ ଝିଅ ସିତାରା ଘଟ୍ଟାମନେନୀ ସାଇବର ଅପରାଧର ଶିକାର ହୋଇଛନ୍ତି । ୧୧ ବର୍ଷୀୟା ସିତାରାଙ୍କର ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯାଇଛି, ଯେଉଁଥିରେ ସେ ନିଜକୁ ମହେଶ ବାବୁଙ୍କ ଝିଅ ବୋଲି କହିବା ସହ ୟୁଜରମାନଙ୍କୁ ବାଣିଜ୍ୟ ଓ ନିବେଶ ଲିଙ୍କ୍ ମଧ୍ୟ ପଠାଉଛି । ସିତାରାଙ୍କ ମାଆ ନମ୍ରତା ଏ ସମ୍ବନ୍ଧରେ ମହେଶ ବାବୁଙ୍କ ଟିମ୍ ଦ୍ୱାରା ଏକ ବିଧିବଦ୍ଧ ବିବୃତ୍ତି ଜାରି କରିଛନ୍ତି । ସେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ନମ୍ରତା ଲେଖିଛନ୍ତି, ସାବଧାନ! ଏହା ହେଉଛି ଅଗ୍ଦସଗ୍ଧବକ୍ସଶଷବଗ୍ଧଗ୍ଧବଜ୍ଞବଦ୍ଭରଦ୍ଭସଙ୍କ ଏକମାତ୍ର ଆକାଉଣ୍ଟ ବ୍ୟତୀତ ଅନ୍ୟ କୌଣସି ହ୍ୟାଣ୍ଡେଲ ବିଶ୍ୱାସଯୋଗ୍ୟ ନୁହେଁ । ବିବୃତ୍ତିରେ ମହେଶ ବାବୁଙ୍କ ଟିମ୍ ସେୟାର କରିଛନ୍ତି ଯେ, ପୋଲିସ ଅଧିକାରୀମାନେ ଏହି ମାମଲାର ତଦନ୍ତ କରୁଛନ୍ତି । ସିତାରାଙ୍କ ନକଲି ଆକାଉଣ୍ଟ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ମଧ୍ୟ ଯଥା ସମ୍ଭବ ଉଦ୍ୟମ କରାଯାଉଛି । ଏହି ସାଇବର ଅପରାଧ ସମ୍ପର୍କରେ ପୁଲିସ ଚେତାବନୀ ଦେଇଛି । ଜଣେ ଅଜ୍ଞାତ ୟୁଜର ନିଜକୁ ସିତାରା ବୋଲି ପରିଚୟ ଦେଇ ଅନ୍ୟ ୟୁଜରମାନଙ୍କୁ ବାଣିଜ୍ୟ ଏବଂ ବିନିଯୋଗ ଲିଙ୍କ୍ ପଠାଉଛି ।

Get real time updates directly on you device, subscribe now.