ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ପୁଣି ଥରେ କ୍ରିକେଟ୍ ମଇଦାନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଭେଟେରାନ ପ୍ରିମିୟର ଲିଗର ପ୍ରଥମ ସିଜନରେ ସେ ୟୁପି ବାଟାଲିୟନର ଅଧିନାୟକ ଭାବେ ନଜର ଆସିବେ। ଭାରତର ସର୍ବଶ୍ରେଷ୍ଠ ଟି -୨୦ ଖେଳାଳି ଭାବେ ବିବେଚିତ ହୋଇଥିବା ରାଇନା ଉତ୍ତରପ୍ରଦେଶ ପାଇଁ ନିଜର ବ୍ୟାଟିଂ ଦକ୍ଷତା ଏବଂ ଅଧିନାୟକତ୍ୱ ପ୍ରଦର୍ଶନ କରି IVPL ର ଏକ ଅଂଶ ହୋଇଥିବାରୁ ଖୁସି ଅଛନ୍ତି। ରାଇନା ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା।
ସୁରେଶ ରାଇନା କହିଛନ୍ତି ଯେ, ଇଣ୍ଡିଆନ ଭେଟେରାନ ପ୍ରିମିୟର ଲିଗର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ମୁଁ ଟିମ୍ VVIP ଉତ୍ତରପ୍ରଦେଶ ପାଇଁ ଖେଳିବି। କିମ୍ବଦନ୍ତୀ କ୍ରିକେଟରମାନଙ୍କ ସହିତ ଖେଳିବାର ଏହା ଏକ ସୁଯୋଗ। ରାଇନାଙ୍କ ସହ ଏହି ଦଳରେ ପୂର୍ବତନ ଆଇପିଏଲ୍ ଚାମ୍ପିଅନ୍ ରଜତ୍ ଭାଟିଆ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର Dan Christian ମଧ୍ୟ ସାମିଲ ଅଛନ୍ତି।
ସୁରେଶ ରାଇନା ନିଜର ଅଭିଜ୍ଞତା ଏବଂ କୌଶଳ ସହିତ IVPL ରେ ଏକ ବଡ଼ ପ୍ରଭାବ ପକାଇବାକୁ ପ୍ରସ୍ତୁତ ଅଛନ୍ତି, ଯାହା ୨୩ ଫେବୃଆରୀରୁ ୩ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଦେହରାଡୁନ୍ ର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଭେଟେରାନ୍ କ୍ରିକେଟ୍ ବୋର୍ଡ ଦ୍ୱାରା ସଂଗଠିତ ଏବଂ ୧୦୦ ସ୍ପୋର୍ଟସ୍ ଦ୍ୱାରା ପରିଚାଳିତ IVPL ବିରେନ୍ଦର ସେହୱାଗ, ମୁନାଫ ପଟେଲ, ସୁରେଶ ରାଇନା, ରଜତ ଭାଟିଆ, କ୍ରିସ ଗେଲ, ପ୍ରବୀଣ କୁମାର, ୟୁସୁଫ ପଠାନ, ହର୍ସେଲ ଗିବ୍ସ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ଏକ ସାଙ୍ଗରେ ଆଣୁଛି।