fbpx

(Video) ୧୦ ଫୁଟ ତଳେ ଥିଲା ସ୍ୱାମୀ: ଉପରେ ପ୍ରେମିକ ସହ ବାସର ରାତି କରୁଥିଲା ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ପାଖାପାଖି ୨୦ ଦିନ ହେଲା ସ୍ୱାମୀ ନିଖୋଜ ରହିଥିବା ବେଳେ ବୋହୂ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ଶ୍ୱଶୁର । ତେବେ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରିଥିବା ବେଳେ ଶେଷରେ ସତ ପଦାକୁ ଆସିଥିଲା । ସ୍ୱାମୀକୁ ଘର ଭିତରେ ପୋତିଦେଇଥିଲା ସ୍ତ୍ରୀ ।

ପାଖାପାଖି ୧୧ ବର୍ଷ ତଳେ ଓଡ଼ଗାଁ ବ୍ଳକର ରୋହିବାଙ୍କ ଗ୍ରାମର ମନ୍ଦିର ସାହିର ଜଣେ ଯୁବକ କୋମଣ୍ଡ ଛାମୁସାହିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟିଏ ୭ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି । ବିଭିନ୍ନ କାରଣକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ କହଳ ଲାଗି ରହୁଥିଲା । ତେବେ କିଛିଦିନ ହେବ ମୃତକ ନିଖୋଜ ଥିବାବେଳେ ଏନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ସାଇଣ୍ଟିଫିକ୍ ଟିମ ସହାୟତାରେ ଚଟାଣ ମାଟି ଖୋଳି ଶବ ଉଦ୍ଧାର କରିଥିଲା ।

ଘରର ଚଟାଣରେ ୧୦ ଫୁଟର ଗାତ କରି ସେଥିରେ ସ୍ୱାମୀଙ୍କୁ ପୋତି ଦେଇଥିଲା ସ୍ତ୍ରୀ । ତେବେ ଯେଉଁ ଘରେ ସ୍ୱାମୀର ଶବ ପୋତା ଯାଇଥିଲା ସେହି ଘରେ ସ୍ତ୍ରୀ ପ୍ରେମିକ ସହ ବାସର ରାତି କରୁଥିଲା । ପ୍ରେମ ପାଇଁ ମହିଳା ଜଣଙ୍କ ନିଜ ମଥାର ସିନ୍ଦୁର ପୋଛିବାକୁ ପଛାଇ ନଥିଲେ । ଏଭଳି ଅଭାବନୀୟ କାଣ୍ଡ ଘଟାଇଥିଲେ ବି ସ୍ତ୍ରୀ ମନରେ ଟିକେ ବି ଭୟ କି ପଶ୍ଚାତାପ ନଥିଲା । ଶେଷରେ ମହିଳାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ପଚରାଉଚରା କରୁଛି ।

Get real time updates directly on you device, subscribe now.