fbpx
BJD
BJD SKY
BJD SKY

ବୀମା ପଲିସିରେ ‘ଫ୍ରି ଲୁକ୍ ପିରିୟଡ୍‌’ କ’ଣ? ଏଜେଣ୍ଟ ଧୋକା ଦେଲେ ଏହାର ପ୍ରୟୋଗ କରି ପ୍ରିମିୟମ ଫେରିପାଆନ୍ତୁ

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ବୀମା ପଲିସି କ୍ରୟ କରିବା ପରେ ନିୟମ ଓ ସର୍ତ୍ତ ପସନ୍ଦ ନ ଆସିଲେ ଆପଣ ଏହାକୁ ଫେରାଇ ଦେଇପାରିବେ । ସବୁଠାରୁ ବଡ କଥା ହେଉଛି ଆପଣ ସରେଣ୍ଡର ଚାର୍ଜ ନ ଦେଇ ଏହି ପଲିସି କ୍ୟାନସେଲ କରିପାରିବେ । ଏହି ସୁବିଧାର ନାମ ‘ଫ୍ରି ଲୁକ୍ ପିରିୟଡ୍‌’ । କିନ୍ତୁ ଅଧିକାଂଶ ଗ୍ରାହକ ଏହା ବିଷୟରେ ଜାଣି ନ ଥାନ୍ତି । କାରଣ ଏଜେଣ୍ଟ କେବେ ବି ଏହା ବିଷୟରେ କହି ନ ଥାନ୍ତି । କିନ୍ତୁ ଆପଣଙ୍କ ଲାଗି ଏହା ଜାଣିବା ବହୁତ ଜରୁରୀ ଯେ, ଏହି ସୁବିଧା କ’ଣ ଓ ଏହାର ଲାଭ କିପରି ଉଠାଯାଇପାରିବ ।

ବୀମା ବ୍ୟବସାୟରେ ଏଜେଣ୍ଟଙ୍କ ଦ୍ୱାରା ମିସ୍‌ସେଲିଂର ଖବର ପ୍ରାୟ ସମୟରେ ଆସିଥାଏ । ବୀମା ପଲିସି ବିକ୍ରି କରିବା ପାଇଁ ପ୍ରାୟ ସମୟରେ ଏଜେଣ୍ଟ ଭୁଲ୍ କିମ୍ବା ଭ୍ରମାତ୍ମକ ସୂଚନା ଦେଇଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସବୁ କମ୍ପାନୀ ଗ୍ରାହକଙ୍କୁ ‘ଫ୍ରି ଲୁକ୍ ପିରିୟଡ୍‌’ର ବିକଳ୍ପ ଦେଇଥାନ୍ତି । ଏଥିରେ ୧୫ ଦିନ ଭିତରେ ଆପଣ ପଲିସିକୁ ଫେରାଇ ଦେଇପାରିବେ । ତେବେ ଏହାକୁ ନେଇ ନିୟମ ଓ ସର୍ତ୍ତ ପଲିସି ଅନୁସାରେ ଅଲଗା ଅଲଗା ରହିଛି ।

ଇନସ୍ୟୁରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଅନୁବନ୍ଧ ଯେଉଁଥିରେ ବୀମା କମ୍ପାନୀ ଗ୍ରାହକଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥାଏ । ଏହି ଚୁକ୍ତିରେ ବୀମା ଧାରକ ଓ ବୀମା ପ୍ରଦାନକାରୀ ସଂସ୍ଥାର ଅଧିକାର ଓ ଦାୟିତ୍ୱ ବିଷୟରେ ସୂଚୀତ କରାଯାଏ । କୌଣସି ବି ପରିସ୍ଥିତିରେ ଯଦି ବୀମା କମ୍ପାନୀ ଗ୍ରାହକଙ୍କ ଅଧିକାରର ଉଲଙ୍ଘନ କରିଥାଏ ତେବେ ସେ ଏହା ବିରୁଦ୍ଧରେ ଅଭିଯୋଗ କରିପାରିବ । ବୀମା ନିୟାମକ ସଂସ୍ଥା ଇରଡା(IRDA) ଗ୍ରାହକଙ୍କ ହିତ ଲାଗି ବହୁ ନିୟମ ତିଆରି କରିଛି ଓ ‘ଫ୍ରି ଲୁକ୍ ପିରିୟଡ୍‌’ ସେଥିମଧ୍ୟରୁ ଗୋଟିଏ ।

ଏଠାରେ ସୂଚାଇ ଦିଆଯାଇପାରେ କି ପଲିସି ବଣ୍ଡ ମିଳିବା ପରେ ଯଦି ଗ୍ରାହକ ନିୟମ ଓ ସର୍ତ୍ତକୁ ନେଇ ସନ୍ତୁଷ୍ଟ ନୁହେଁ ତେବେ ସେ ପଲିସିକୁ ଫେରାଇ ଦେଇପାରିବେ । ଇରଡା ପକ୍ଷରୁ ପଲିସି ଫେରସ୍ତ ନେବା ପାଇଁ ନିର୍ଦ୍ଧାରିତ ‘ଫ୍ରି ଲୁକ୍ ପିରିୟଡ୍‌’କୁ ୧୫ ଦିନରୁ ୩୦ଦିନକୁ ବୃଦ୍ଧି କରାଯାଇଛି । ଏହି ନିୟମ ସମସ୍ତ ଜୀବନ ବୀମା ପଲିସି ଉପରେ ଉପଲବ୍ଧ । ସ୍ୱାସ୍ଥ୍ୟ ବୀମା ପଲିସି କ୍ଷେତ୍ରରେ ଏହା ଅତି କମ୍‌ରେ ୩ ବର୍ଷ ଅବଧି ବିଶିଷ୍ଟ ପଲିସିରେ ମିଳିଥାଏ । ଆପଣ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ପଲିସି ଫେରସ୍ତ କରିଦେବେ ତେବେ ବୀମା କମ୍ପାନୀ ଆପଣଙ୍କ ପ୍ରିମିୟମ ରିଫଣ୍ଡ କରିଦେବ ।

Get real time updates directly on you device, subscribe now.