fbpx

ଆପ୍ ନେତା କୁଲଦୀପ କୁମାର ହେବେ ଚଣ୍ଡିଗଡ଼ର ପରବର୍ତ୍ତୀ ମେୟର: ବିଜେତା ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ମେୟର ନିର୍ବାଚନରେ ଜାଲିଆତି କରାଯାଇଥିବା ନେଇ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହା ମଧ୍ୟରେ ସର୍ବୋଚ୍ଚ ଅଦାଲତ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ଆପ୍ ପ୍ରାର୍ଥୀ କୁଲଦୀପ କୁମାର ଚଣ୍ଡିଗଡ଼ର ପରବର୍ତ୍ତୀ ମେୟର ହେବେ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ।

ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ବିଜେପିକୁ ବଡ଼ ଝଟକା ଲାଗିଥିବା ବେଳେ ଆପର ବିଜୟ ହୋଇଛି । ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଅବୈଧ ଘୋଷଣା କରାଯାଇଥିବା ୮ଟି ଭୋଟକୁ ବୈଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମସ୍ତ ଭୋଟର ବାଲାଟ ପେରରେ ରିଟର୍ଣ୍ଣିଂ ଅଫିସର କ୍ରସ ଲଗାଇଥିଲେ । ୮ଟି ଭୋଟର ଯାଚିକାକର୍ତ୍ତାମାନେ କୁଲଦୀପଙ୍କ ସପକ୍ଷରେ ଥିବା ସିଜେଆଇ ଶୁଣାଣି ଅବସରରେ କହିଥିଲେ ।

ଏହା ପୂର୍ବରୁ ଗତ ୧୮ ତାରିଖରେ ଚଣ୍ଡିଗଡ଼ର ନୂଆ ମେୟର ତଥା ବିଜେପି ନେତା ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଥିଲେ । ନିର୍ବାଚନରେ ଜାଲିଆତି କରି ସୋନକରଙ୍କୁ ମେୟର ଆସନରେ ବସାଇଥିବା ନେଇ ଆମ୍ ଆଦମୀ ପାର୍ଟି (ଆପ) ଓ କଂଗ୍ରେସ ଅଭିଯୋଗ କରିଥିଲେ । ମେୟର ଓ ଡେପୁଟି ମେୟର ନିର୍ବାଚନରେ ୮ଟି ଭୋଟକୁ ଅବୈଧ କରାଯିବା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.