fbpx
BJD SKY
BJD SKY

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

BJD

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଫେବ୍ରୁଆରି ୨୩ରୁ ଖେଳାଯିବ। ରାଞ୍ଚିରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ଯଶପ୍ରୀତ ବୁମ୍ରା ଏହି ଟେଷ୍ଟରେ ଟିମ୍ ଇଣ୍ଡିଆରେ ଖେଳିବେ ନାହିଁ। ବାସ୍ତବରେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି ମହମ୍ମଦ ସିରାଜଙ୍କ ସହ କିଏ ବୋଲିଂ ଆରମ୍ଭ କରିବ? ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ କେଉଁ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ?

ରାଞ୍ଚି ଟେଷ୍ଟରେ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ବିସିସିଆଇ ନିଜ ବିବୃତିରେ କହିଛି ଯେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ମୁକେଶ କୁମାର ରାଞ୍ଚି ଟେଷ୍ଟପାଇଁ ଫେରିବେ। କିନ୍ତୁ ଏବେ ଆକାଶ ଦୀପ ଚୂଡ଼ାନ୍ତ ଏକାଦଶରେ ଖେଳିବା ନିଶ୍ଚିତ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅର୍ଥାତ୍ ମହମ୍ମଦ ସିରାଜଙ୍କ ସହ ଆକାଶ ଦୀପ ବୋଲିଂ ଦାୟିତ୍ୱ ତୁଲାଇବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଇଥିଲା । ହାଇଦ୍ରାବାଦରେ ବ୍ରିଟିଶ ମାନେ ଭାରତୀୟ ଦଳକୁ ୨୮ ରନ୍ ରେ ପରାସ୍ତ କରିଥିଲେ। ବିଶାଖାପାଟଣା ଟେଷ୍ଟରେ ଭାରତ ୧୦୬ ରନ୍ ରେ ବ୍ରିଟିଶକୁ ପରାସ୍ତ କରିଛି। ଏହାପରେ ୫ଟି ଟେଷ୍ଟ ମ୍ୟାଚ୍ ର ସିରିଜ୍ ୧-୧ରେ ଆଗୁଆ ରହିଥିଲା। କିନ୍ତୁ ଏହାପରେ ତୃତୀୟ ଟେଷ୍ଟରେ ଭାରତୀୟ ଦଳ ୪୩୪ ରନ୍ ର ବିଶାଳ ବ୍ୟବଧାନରେ ବ୍ରିଟିଶଦଳକୁ ପରାସ୍ତ କରିଥିଲା। ତେବେ ସିରିଜ୍ ରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି।

 

Get real time updates directly on you device, subscribe now.