fbpx

IPL-2024ପୂର୍ବରୁ ରାଜସ୍ଥାନକୁ ଶକ୍ତ ଝଟକା: ଘରୋଇ ମଇଦାନକୁ ସିଲ୍ କଲା ରାଜସ୍ଥାନ ଖେଳ ପରିଷଦ

ଜୟପୁର: IPL-2024କୁ ଆଉ ଗୋଟିଏ ମାସ ବାକି ରହିଛି । ଏହାପୂର୍ବରୁ IPLର ପ୍ରଥମ ଚମ୍ପିଆନ୍ ରାଜସ୍ଥାନ ରୋୟଲ୍ସକୁ ଲାଗିଛି ଶକ୍ତ ଝଟକା । ରାଜସ୍ଥାନର ଘରୋଇ ମଇଦାନ ସୱାଇ ମାନସିଂହ ଇଣ୍ଡୋର ଷ୍ଟାଡିୟମକୁ ସିଲ୍ କରିଛି ରାଜସ୍ଥାନ ଖେଳ ପରିଷଦ । ପରିଷଦ ଦାବି କରିଛି ଯେ, ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ (RCA) ଦେୟ ପ୍ରଦାନ ସମେତ ଏହାର ଦାୟିତ୍ୱ ପୂରଣ କରୁନାହିଁ। ତେଣୁ ରାଜସ୍ଥାନ ଖେଳ ପରିଷଦ ଏହି ଷ୍ଟାଡିୟମକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଷ୍ଟାଡିୟମ ସହିତ RCA କାର୍ଯ୍ୟାଳୟ ଏବଂ ଏକାଡେମୀକୁ ମଧ୍ୟ ସିଲ୍ କରିଛି ଖେଳ ପରିଷଦ ।

ନିକଟରେ ଜାରି ହୋଇଥିବା IPL ସୂଚୀ ଅନୁସାରେ, ଜୟପୁରରେ ୨୪ ଏବଂ ୨୮ ତାରିଖରେ IPL ମ୍ୟାଚ ଅନୁଷ୍ଠିତ ହେବାକୁ ରହିଛି । ରାଜସ୍ଥାନ ଖେଳ ପରିଷଦର ସଚିବ ରାମଚୌଧୂରୀ କହିଛନ୍ତି ଯେ, RCAକୁ ବାରମ୍ବାର ନୋଟିସ ପଠାଯିବା ପରେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା । ଆରସିଏ ତରଫରୁ କେବଳ ଚୁକ୍ତି ପତ୍ର(MOU)କୁ ୮ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରିବା ପାଇଁ ଅପିଲ୍ କରିଥିଲେ । ଏକାଡେମୀ ତରଫରୁ ବକେୟା ଟଙ୍କା ରହିଥିବା ବେଳେ ଏହାକୁ ଦେବାରେ RCA ବିଳମ୍ବ କରୁଛି ବୋଲି କହିଛନ୍ତି ପରିଷଦର ସଚିବ ।

ଏହି ସମସ୍ୟାର ସମାଧାନ ପାଇଁ RCA ସହ ବୈଠକ ମଧ୍ୟ ହୋଇଥିଲା । ସେମାନଙ୍କୁ ପ୍ରାୟ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ସେମାନେ କୌଣସି ଟଙ୍କା ମିଳି ନଥିବା ପରିଷଦକୁ କହିଛନ୍ତି । ରାଜସ୍ଥାନ ପ୍ରିମିୟର ଲିଗ୍ ସମୟରେ RCA ନିକଯରେ ଯଥେଷ୍ଟ ଟଙ୍କା ଥିଲେ ମଧ୍ୟ ସେମାନେ MOUକୁ ପାଳନ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା କହିଛନ୍ତି ରାଜସ୍ଥାନ ଖେଳ ପରିଷଦର ସଚିବ ରାମଚୌଧୂରୀ ।

ତେବେ ଏହି ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା IPL ମ୍ୟାଚ୍ ଏବଂ ଅନ୍ୟାନ୍ୟ ମ୍ୟାଚ୍ ଆୟୋଜିତ ହେବ ବୋଲି ଚୌଧୁରୀ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଏହା ଆମର ପରିସର, ଯାହାକୁ ଆମେ ଫେରାଇ ନେଇଛୁ। ଏହି ପ୍ରସଙ୍ଗରେ RCA ସଭାପତି ବୈଭବ ଗେହଲଟ୍ କହିଛନ୍ତି ଯେ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ୟ୍ୟ। ଏହାର ପ୍ରତିକ୍ରିୟା ପାଇଁ ଆମକୁ ପର୍ୟ୍ୟାପ୍ତ ସମୟ ଦିଆଯାଇନଥିଲା ବୋଲି କହିଛନ୍ତି RCA ସଭାପତି ବୈଭବ ଗେହଲଟ୍ ।

Get real time updates directly on you device, subscribe now.