fbpx

୯ ଦିନ ପରେ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମେଳା

ଓଡ଼ିଶା ଭାସ୍କର: ୯ ଦିନ ପରେ ଆଜି ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମେଳା। ଏହି ପରିପ୍ରେକ୍ଷୀରେ ନାଗା ବାବାଙ୍କ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ତେବେ ଆସନ୍ତା କାଲିଠୁ ଏହି ଖଣ୍ଡଗିରି ମେଳାରୁ ଲୋକଙ୍କ ଗହଳି ଚହଳି ଭାଙ୍ଗିବ। ପୁଣି ଆସନ୍ତା ମହାସମାରୋହ ପାଇଁ ଗୋଟିଏ ବରଷ ଯାଏଁ ଅପେକ୍ଷା କରିବାକୁ ପଡିବ।

ସୂଚନା ଥାଉକି, ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବା ବେଳେ ଖଣ୍ଡଗିରିରେ କୁମ୍ଭମେଳା ବେଶ୍ ଜମିଉଠିଥିଲା। ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନିରେ କମ୍ପୁଥିଲା ଖଣ୍ଡଗିରି-ଉଦୟଗିରି ପାଦଦେଶ। ହୋମ, ଯଜ୍ଞ ସହ ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶ୍ମୀ, ମଥୁରା, ବୃନ୍ଦାବନ , ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ବିଶେଷକରି ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ୱାମୀ, ଷ୍ଟାଣ୍ଡିଙ୍ଗ ବାବା ଓ ରୁଦ୍ରାକ୍ଷ ବାବା। ତେବେ ଆଜି ସେମାନଙ୍କ ଯାତ୍ରା ଶେଷ ହେଉଥିବା ବେଳେ ପୁଣି ଆର ବର୍ଷ ସେମାନଙ୍କ ଆଗମନ ହେବ । ତେବେ ସବୁ ବର୍ଷ ପରି ଏ ବର୍ଷ ବି ମଧ୍ୟ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ସର୍ବଭାରତୀୟ ସାଧୁସନ୍ଥ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି।

 

Get real time updates directly on you device, subscribe now.