fbpx

ଆପଣ କେମିତି ବସନ୍ତି ? ବସିବା ଶୈଳୀରେ ଲୁଚି ରହିଛି ଆପଣଙ୍କ ବ୍ୟକ୍ତିତ୍ୱ

ଓଡ଼ିଶା ଭାସ୍କର: ସାଧାରଣତଃ ଅଫିସ୍ କିମ୍ବା ସାକ୍ଷାତକାର ସମୟରେ ବ୍ୟକ୍ତିଙ୍କ body language ସେମାନଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ବିଶେଷ କରି ସାକ୍ଷାତକାର ସମୟରେ ସାକ୍ଷାତକାରମାନେ body language ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ଏଥିମଧ୍ୟରୁ ଏକ body language ହେଉଛି ବସିବାର ମୁଦ୍ରା ବା ଶୈଳୀ । ଏହା ଦ୍ୱାରା ଜଣାପଡ଼ିଥାଏ ଯେ ସାମ୍ନାରେ ବସିଥିବା ବ୍ୟକ୍ତି କେତେ ଆତ୍ମବିଶ୍ୱାସୀ ବା ନର୍ଭସ ଅଛି । ଏକ୍ସପର୍ଟଙ୍କ କହିବାନୁଯାୟୀ body language ଆମ ଭାବନା ଏବଂ ବିଚାରକୁ ପ୍ରକଟ କରିଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ବସିବା ମୁଦ୍ରା ବିଷୟରେ ଯାହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ ।

୧. ଆଣ୍ଠୁ ସିଧା କରି ବସିବା: ଜଣେ ବ୍ୟକ୍ତି ନିଜ ଦୁଇ ଆଣ୍ଠୁ ସିଧା କରି ବସିଥିଲେ ଜାଣିବେ ଯେ ସେ ବହୁତ ସମୟାନୁବର୍ତ୍ତୀ, ବାଦ-ବିବାଦରେ ପାରଙ୍ଗମ, ନିଷ୍ପତ୍ତି ନେବାରେ ସକ୍ଷମ ଏବଂ ସଚ୍ଚୋଟ ବ୍ୟକ୍ତିତ୍ୱର ଅଟନ୍ତି ।

୨. ଦୁଇ ଆଣ୍ଠୁ ଅଲଗା କରି ବସିବା: ଦୁଇ ଆଣ୍ଠୁ ଅଲଗା କରି ବସୁଥିବା ବ୍ୟକ୍ତି ଆତ୍ମକେନ୍ଦ୍ରିତ ବ୍ୟକ୍ତିତ୍ୱର ଅଟନ୍ତି । ସେମାନେ ବହୁତ ଅହଂକାରୀ ଏବଂ ଜିଦ୍ଦି ସ୍ୱଭାବର ହୋଇଥାନ୍ତି ।

୩. ଦୁଇ ଗୋଡ଼କୁ କ୍ରସ୍ ମୁଦ୍ରାରେ ରଖିବା: ଯେଉଁ ବ୍ୟକ୍ତିମାନେ ଦୁଇ ଗୋଡ଼କୁ କ୍ରସ୍ ମୁଦ୍ରାରେ ରଖନ୍ତି ସେମାନେ ଭଲ ବକ୍ତା ଅଟନ୍ତି । କଳା କ୍ଷେତ୍ରରେ ଏମାନଙ୍କ ରୁଚି ରହିଥାଏ । ଏଭଳି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଲେ ଅନନ୍ଦ ମିଳିଥାଏ ।

୪. ପାଦ ଛନ୍ଦି ବସିବା: ଦୁଇ ପାଦ ଛନ୍ଦି ବସୁଥିବା ବ୍ୟକ୍ତି ରାଜକୀୟ ଜୀବନ ବିତାଇବା ପାଇଁ ପସନ୍ଦ କରିଥାନ୍ତି । ସେମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି ।

୫. ପାଦକୁ ଆଣ୍ଠୁ ଉପରେ ରଖି ବସିବା: ଏଭଳି ଶୈଳୀରେ ବସୁଥିବା ବ୍ୟକ୍ତି ଆତ୍ମବିଶ୍ୱାସୀ, ଅଥୋରିଟେଟିଭ୍ ଏବଂ ଡୋମିନେଟିଂ ସ୍ୱଭାବର ହୋଇଥାନ୍ତି । ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କେବେ ପଛଘୁଞ୍ଚା ଦେଇନଥାନ୍ତି । ସବୁବେଳେ ନୂଆ ନୂଆ ଜିନିଷ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିପରିତ ପରିସ୍ଥିତିରେ ଦୁର୍ବଳ ନ ହୋଇ ସାହସର ସହ ସାମ୍ନା କରିଥାନ୍ତି ।

Get real time updates directly on you device, subscribe now.