fbpx

BIG BREAKING: ରାଷ୍ଟ୍ରପତିଙ୍କ ଗସ୍ତସୂଚୀରରେ ପରିବର୍ତ୍ତନ

ଓଡ଼ିଶା ଭାସ୍କର: ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତସୂଚୀରରେ ପରିବର୍ତ୍ତନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କିଚକେଶ୍ଵରୀ ମନ୍ଦିର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ତେବେ ଆସନ୍ତାକାଲି ବା ୨୮ ତାରିଖ ଅପରାହ୍ନ ୨.୩୦ ସମୟରେ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ଏହା ସହ ପୂଜା ସାରି ମନ୍ଦିର ବେଢାରେ ପ୍ରସାଦ ସେବନ କରିବେ। କିନ୍ତୁ ପୂର୍ବରୁ ୨୯ ତାରିଖ ଦିନ କିଚକେଶ୍ଵରୀ ମନ୍ଦିର ଯିବା ସୂଚୀ ରହିଥିଲା।

ସୂଚନା ଥାଉକି, ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଏଣୁ ବୁଧବାର ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିିବେ । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ କାରକେଡ୍ ରିହର୍ସଲ କରାଯିବ । ବିମାନ ବନ୍ଦରରୁ ରାଜଭବନ ଓ ସେଠାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ କାରକେଡ୍ ରିହର୍ସାଲ କରାଯିବ । ତେବେ ରିହର୍ସାଲରେ ୨୮ଟି ଗାଡି ବ୍ୟବହାର କରାଯିବ ବୋଲି ଜଣାପଡିଛି। ଅନ୍ୟପଟେ ରାଷ୍ଟ୍ରପତି ଯିବା ସମୟରେ ପ୍ରଥମେ କାର, ତାପରେ ଟେକ୍ନୋ କାର, ପାଇଲଟ୍ କାର, ଭିଆଇପି କାର ଆଦି ଯିବ। ତେବେ ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିବେ । ଏହା ପରେ ପରେ ବିମାନ ବନ୍ଦର ପରିସରରେ ତାଙ୍କୁ ଗାର୍ଡ ଅପ୍ ଅନର ପ୍ରଦାନ କରାଯିବ । ଏବଂ ସେଠାରୁ ରାଜଭବନ ଯିବେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସେ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଯିବେ । ତାଙ୍କ ଯିବା ଆସିବା ସମୟରେ ଏକାସଙ୍ଗେ ତିନିଟି ହେଲିକପ୍ଟର ବ୍ୟବହାର ହେବ ।

Get real time updates directly on you device, subscribe now.