fbpx

PM Kisan Yojana: ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା , ଘୋଷଣା ହେଲା ତାରିଖ

ଓଡ଼ିଶା ଭାସ୍କର: ଦେଶର ସମସ୍ତ ଚାଷୀଙ୍କ ପାଇଁ ବଡ଼ ଖୁସି ଖବର । ଖୁବଶୀଘ୍ର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା। ଏନେଇ ଏହି ଯୋଜନାର ଅଫିସିଆଲ ୱେବସାଇଟରେ ଅପଡ଼େଟ କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର କିସ୍ତି ଟଙ୍କା ପଠାଯିବ ବୋଲି ସୂଚନା ଦିଆଯାଇଛି। ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ ସରକାର। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ମୋଟ ୧୫ଟି କିସ୍ତି ଟଙ୍କା ଚାଷୀଙ୍କ ଆଉକାଣ୍ଟକୁ ପଠାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ୧୬ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ।

ସୂଚନା ଥାଉକି, ଦେଶର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଆଉ କେନ୍ଦ୍ର ସରକାରଙ୍କ ଏହି ସମସ୍ତ ଯୋଜନା ମଧ୍ୟରୁ ସବୁଠାରୁ ବଡ ଯୋଜନା ହେଉଛି PM Kisan Samman Nidhi । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୧୯ ମସିହା ଫେବୃଆରୀ ୨୪ରେ କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ୩ଟି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ। ତେବେ ଏହି ପ୍ରଧାନମନ୍ତ୍ରୀ କିସାନ ସାମନ୍ ନିଧି ଯୋଜନା ଅଧୀନରେ ୧୫ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇସାରିଛି। ବର୍ତ୍ତମାନ କୃଷକମାନେ ଉତ୍ସାହର ସହିତ ନିଜର ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।

Get real time updates directly on you device, subscribe now.