fbpx

କେଉଁ ସିଟ୍‌ରୁ ନିର୍ବାଚନ ଲଢିବେ ରାହୁଲ ଓ ପ୍ରିୟଙ୍କା, ହେଲା ଖୁଲାସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନିକଟତର ହୋଇ ଆସୁଛି । ନିର୍ବାଚନ କମିଶନ କେବେ ବି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି । ବିଭିନ୍ନ ରାଜନୈତିକ ମେଣ୍ଟ ପକ୍ଷରୁ ଆସନ ବୁଝାମଣା ନେଇ ଭାଗବଣ୍ଟା ବି ପ୍ରାୟତଃ ସରିଗଲାଣି । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଯାଇଛି । କଂଗ୍ରେସ ଉତ୍ତରପ୍ରଦେଶରେ ୧୭ ସିଟ୍‌ରେ ନିର୍ବାଚନ ଲଢିବ ଓ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ଗୋଟିଏ ସିଟ୍‌ରେ ନିଜର ପରାକ୍ରମ ଦେଖାଇବ ।

ଏହି କ୍ରମରେ ଏବେ ରାହୁଲ ଓ ପ୍ରିୟଙ୍କା କେଉଁ ସିଟ୍‌ରୁ ନିର୍ବାଚନ ଲଢିବେ ସେ ବିଷୟରେ ସୂଚନା ମିଳିଛି । କଂଗ୍ରେସ ପାର୍ଟିର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ପାରମ୍ପାରିକ ଲୋକସଭା ସିଟ୍ ଆମେଥିରୁ ନିର୍ବାଚନ ଲଢିବେ । ଏହାସହିତ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ରାୟବରେଲୀ ସିଟ୍‌ରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଯଦି ଏହି ଦାବୀ ସତ ହୁଏ ତେବେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମଇଦାନକୁ ଓହ୍ଲ୍ଲାଇବେ ।

ତେବେ ଏହା ପୂର୍ବରୁ ଯେତେବେଳେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏହି କଥାକୁ ନେଇ ଆଶଙ୍କା କରାଯାଉଥିଲା କି ରାୟବରେଲୀ ସିଟ୍‌ରୁ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ସୁଯୋଗ ଦେବ । ଯଦି ରାହୁଲ ଗାନ୍ଧୀ ପୁଣି ଥରେ ଆମେଥିରୁ ନିର୍ବାଚନ ଲଢିବେ ତେବେ ଏଠାରେ ପୁଣି ଥରେ ୨୦୨୯ର ମାହୋଲ ଦେଖିିବାକୁ ମିଳିବ ଯେତେବେଳେ ବିଜେପି ଏଠାରେ ସ୍ମୃ୍ମୃତି ଇରାନୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ଏହି ନିର୍ବାଚନରେ ସ୍ମୃତି ରାହୁଲଙ୍କୁ ପରାଜିତ କରିଥିଲେ । କିନ୍ତୁ ଏହି ସମୟରେ ରାହୁଲ କେରଳର ୱେୟନାଡରୁ ମଧ୍ୟ ନିର୍ବାଚନ ଲଢିଥିଲେ ଓ ସେଠାରୁ ଜିତି ସଂସଦରେ ପହଞ୍ଚିଥିଲେ ।

Get real time updates directly on you device, subscribe now.