fbpx
BSKY SKY
BSKY SKY

‘ଭରଣ-ପୋଷଣ ରାଶି ପାଇଁ ହକଦାର ହେବେନି ପତ୍ନୀ’: maintenance କୁ ନେଇ ହାଇକୋର୍ଟଙ୍କ ବଡ଼ ଶୁଣାଣି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

BSKY

ରାଞ୍ଚି: ସ୍ୱାମୀଙ୍କ ଠାରୁ ସ୍ତ୍ରୀ ଅଲଗା ରହିବା କ୍ଷେତ୍ରରେ ସ୍ୱାମୀଙ୍କୁ ଯେଉଁ ଭରଣ-ପୋଷଣ ରାଶି ଦେବାକୁ ପଡେ ଏନେଇ ଏକ ବଡ଼ ନିଷ୍ପତ୍ତି ଝାରଖଣ୍ଡ ହାଇକୋର୍ଟ ନେଇଛନ୍ତି । ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ, ଯଦି କେହି ଜଣେ ସ୍ତ୍ରୀ ବିନା କୌଣସି ବୈଧ କାରଣ ବିନା ସ୍ୱାମୀଙ୍କଠାରୁ ଅଲଗା ରୁହନ୍ତି ତେବେ ସେ ଭରଣ-ପୋଷଣର ରାଶି ପାଇଁ ହକଦାର ନୁହଁନ୍ତି । ଜଷ୍ଟିସ ସୁଭାସ ଚନ୍ଦଙ୍କ କୋର୍ଟ ରାଞ୍ଚି ଫ୍ୟାମିଲି କୋର୍ଟର ସେହି ନିଷ୍ପତ୍ତିକୁ ରଦ୍ଧ କରିଦେଇଛନ୍ତି, ଯେଉଁଥିରେ ଅମିତ କୁମାର କଚ୍ଛପ ନାମକ ବ୍ୟକ୍ତିଙ୍କୁ ଆଦେଶ ଦେଇଥିଲେ ଯେ, ସେ ନିଜ ସ୍ତ୍ରୀ ସଂଗୀତାଙ୍କୁ ଭରଣ-ପୋଷଣ ପାଇଁ ପ୍ରତି ମାସରେ ୧୫ ହଜାର ଟଙ୍କା ଦେବେ ।

ହାଇକୋର୍ଟ କହିଛନ୍ତି ଯେ, ଦୁଇ ପକ୍ଷରୁ ଦାଖଲ କରାଯାଇଥିବା ପ୍ରମାଣରେ ଦେଖାଯାଇଛି ଯେ, ପତ୍ନୀ ଜଣକ କୌଣସି ସଠିକ କାରଣ ବିନା ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହିଛନ୍ତି । ଏହାର ପରିଣାମ ସ୍ୱରୂପ, ଦଣ୍ଡ ପ୍ରକ୍ରିୟା ସଂହିତା, ୧୯୭୩ର ଧାରା ୧୨୫(୪)ର ଦୃଷ୍ଟିରେ ସେ କୌଣସି ମଧ୍ୟ ରାଶିର ଭରଣ-ପୋଷଣର ହାକଦାର ନୁହେଁ । ସଂଗୀତା ଟୋପ୍ପୋ ରାଞ୍ଚିର ଫ୍ୟାମିଲି କୋର୍ଟରେ ନିଜ ସ୍ୱାମୀ ଅମିତ କୁମାର କଚ୍ଛପଙ୍କ ବିରୋଧରେ ଦାୟର କେସରେ ଅଭିଯୋଗ ଲଗାଇଥିଲେ ଯେ, ୨୦୧୪ ମସିହାରେ ଆଦିବାସୀ ବିଧି ଅନୁଯାୟୀ, ବିବାହ ପରେ ଯେତେବେଳେ ସେ ଶାଶୁଘର ଗଲେ, ସେହି ସମୟରେ ତାଙ୍କୁ କାର, ଫ୍ରିଜ ଏବଂ ଏଲଇଡି ଟିଭି ସହ ଯୌତୁକ ମଗାଯାଇଥିଲା ।

ସଂଗୀତା ଅହୁରି ମଧ୍ୟ ଅଭିଯୋଗରେ କହିଛନ୍ତି ଯେ, ଛୋଟ-ଛୋଟ କଥାକୁ ଧରି ମଦ ପିଇ ନିଶାରେ ତାଙ୍କୁ ମାରପିଟ କରୁଥିଲେ । ସଂଗୀତା ନିଜ ସ୍ୱାମୀଙ୍କ ଉପରେ ଅନ୍ୟ ଏକ ମହିଳାଙ୍କ ସହ ନିବିଡ଼ ସଂପର୍କ ରଖିବାର ମଧ୍ୟ ଅଭିଯୋଗ ଲଗାଇଥିଲେ ଏବଂ ଏଥିପାଇଁ ସେ ୫୦ ହଜାର ଟଙ୍କାର ଭରଣ-ପୋଷଣର ଦାବି କରିଥିଲେ । ଏହା ଉପରେ ଫ୍ୟାମିଲି କୋର୍ଟ ତାଙ୍କ ପକ୍ଷରେ ଆଦେଶ ପାରିତ କରି ୩୦ ଅକ୍ଟୋବର ୨୦୧୭ରୁ ପ୍ରତି ମାସ ୧୫ ହଜାର ଟଙ୍କାର ଭରଣ-ପୋଷଣ ଭତ୍ତା ନିର୍ଦ୍ଦାରିତ କରିଥିଲେ ।

ହେଲେ ତାଙ୍କ ସ୍ୱାମୀ କୋର୍ଟଙ୍କୁ କହିଥିଲେ ଯେ, ବିବାହ ପରେ ତାଙ୍କ ସ୍ତ୍ରୀ ଏକ ସପ୍ତାହ ପାଇଁ ଜାମଶେଦପୁରରେ ତାଙ୍କ ଘରେ ରହିଥିଲେ । ଏହାପରେ ସେ ଜଣେ ସଂପର୍କୀୟଙ୍କର ସେବା କରିବା କଥା କହି ରାଞ୍ଚି ପଳାଇଲେ । ଗଲା ପୂର୍ବରୁ ସେ କହିଥିଲେ ଯେ, ୧୫ ଦିନ ଭିତରେ ମୁଁ ଫେରିବି । ହେଲେ ଅନେକ ଅନୁରୋଧ ପରେ ମଧ୍ୟ ସେ ଘରକୁ ଫେରିନଥିଲେ ।

Get real time updates directly on you device, subscribe now.