fbpx

କଂସ ଠାରୁ ବି ନିର୍ମମ ପାଲଟିଗଲା, କାନ୍ଦରେ ନିଦ ଭାଙ୍ଗିଯିବାରୁ ୭ମାସ ଶିଶୁ ସହ କଲା ଏପରି

ନୂଆଦିଲ୍ଲୀ: ବାପା ମା’ ସନ୍ତାନ ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି । କିନ୍ତୁ ଆମେ ଏଠି ଏପରି ଜଣେ ବାପା ବିଷୟରେ କହିବାକୁ ଯାଉଛୁ ଯିଏ ପିଲା ପାଇଁ ସଇତାନ ପାଲଟି ଯାଇଛି । କର୍ଣ୍ଣାଟକ ଧାରବାଡରୁ ଏପରି ଏକ ନୃଶଂସ ବାପାର କାହାଣୀ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରି ଉଠିବ । ଜିଲ୍ଲାର ୟଦବାଡା ଗ୍ରାମରେ ଜଣେ ବାପା ନିଜ ୭ ମାସର ଶିଶୁକୁ କାନ୍ଥରେ ପିଟି ହତ୍ୟା କରିଛି । ତେବେ ଏପରି କରିବାର କାରଣ ସେ ଶୋଇଥିବା ସମୟରେ ଶିଶୁଟି କାନ୍ଦିବାରୁ ତା’ ନିଦ ଭାଙ୍ଗିଗଲା ।

କର୍ଣ୍ଣାଟକ ଧାଡବାଡ ଜିଲ୍ଲା ୟଦବାଡା ଗ୍ରାମରେ ଶମ୍ଭୁ ଲିଙ୍ଗେୟା ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ରୁହନ୍ତି । ଗତ ବୁଧବାର ଅଭିଯୁକ୍ତ ଘରେ ଶୋଇଥିଲା । ଏହି ସମୟରେ ତା’ର ୭ ମାସର ଶିଶୁ ଅଚାନକ କାନ୍ଦିବାରେ ଲାଗିଲା । ପିଲା କାନ୍ଦିବାରୁ ଶମ୍ଭୁର ନିଦ ଭାଙ୍ଗିଗଲା ଓ ସେ ରାଗରେ ୭ ମାସର ଶିଶୁକୁ ପାଦରେ ଉଠାଇ କାନ୍ଥରେ ପିଟିଦେଲା । ଏହାପରେ ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶିଶୁକୁ ତୁରନ୍ତ ନିକଟବର୍ତ୍ତୀ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ଶିଶୁର ଜୀବନ ରକ୍ଷା କରାଯାଇ ପାରି ନ ଥିଲା । ପୋଲିସ ଶିଶୁର ମା’ର ଅଭିଯୋଗରେ ହତ୍ୟା ମାମଲା ରୁଜୁ କରି ପିଲାର ବାପାକୁ ଗିରଫ କରିଛି ।

Get real time updates directly on you device, subscribe now.