fbpx
BSKY SKY
BSKY SKY

ଇଣ୍ଟେଲ ଇଣ୍ଡିଆର ପୂର୍ବତନ ଚିଫ ଅବତାର ସାଇନିଙ୍କର ଦୁର୍ଘଟଣାରେ ମୃତ୍ୟୁ, ସାଇକେଲ ଚଲାଇବା ସମୟରେ କ୍ୟାବ ମାରିଲା ଧକ୍କା

BSKY

ନୂଆଦିଲ୍ଲୀ: ସଫ୍ଟୱେବର ପ୍ରସ୍ତୁତ କରୁଥିବା ବରିଷ୍ଠ କମ୍ପାନୀ ଇଣ୍ଟେଲର ପୂର୍ବତନ ପ୍ରମୁଖ ଅବତାର ସାଇନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅଧିକାରୀ କହିଛନ୍ତି ଯେ, ନାଭି ମୁମ୍ବାଇରେ ସାଇକେଲ ଚଳାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ କ୍ୟାବ ଧକ୍କା ଦେଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ବୁଧବାର ଦିନ ସକାଳେ ଘଟିଥିଲା ।

ପୋଲିସ କହିଛି ଯେ, ୬୮ ବର୍ଷୀୟ ସାଇନି ଏକ ଗ୍ରୁପ ସହ ନେରୁଲ ପାମର ରୋଡରେ ସାଇକେଲିଂ କରୁଥିଲେ । ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା କ୍ୟାବ ତାଙ୍କ ପଛ ପଟରୁ ଧକ୍କା ଦେଇଥିଲା । ଧକ୍କା ପରେ ସେ ତଳେ ପଡିଯାଇଥିଲେ ।

ଘଟଣାସ୍ଥଳରେ ସାଇନିଙ୍କୁ ନିକଟସ୍ଥ ଡି.ୱାଇ ପାଟିଲ ହସ୍ପିଟାଲ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ । ଡ୍ରାଇଭରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି । ମୁମ୍ବାଇ ପୋଲିସ ଡ୍ରାଇଭରଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଛନ୍ତି । ଏଫଆଇରେ ଡ୍ରାଇଭରଙ୍କ ବିରୋଧରେ ଲେଖାଯାଇଛି ଯେ, ଅବହେଳାରେ ଗାଡ଼ି ଚଳାଇବା, ହତ୍ୟା ସମେତ ବିଭିନ୍ନ ଅଭିଯୋଗ ଚାର୍ଜ କରାଯାଇଛି ।

Get real time updates directly on you device, subscribe now.