fbpx

ବିଜେପି ନେତାମାନେ ବଦଳାଇଲେ ‘X’ ପ୍ରୋଫାଇଲ୍, ଦେଖନ୍ତୁ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ନୂଆ ନାମ କ’ଣ?

ନୂଆଦିଲଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ବିଜେପିର ସମସ୍ତ ଆଗଧାଡିର ନେତାମାନେ ସେମାନଙ୍କ ଏକ୍ସ ହ୍ୟାଣ୍ଡେଲର ପ୍ରୋଫାଇଲ ବଦଳାଇଛନ୍ତି । ଏହି ପରିବର୍ତ୍ତନ ହଠାତ୍ ଘଟିଛି ଏବଂ ସାରା ଦେଶରେ ବିଜେପି ନେତା ତଥା ଦଳର କର୍ମୀମାନେ ଏହି ପରିବର୍ତ୍ତନକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ସହିତ ‘ମୋଦୀ କା ପରିବାର’ ଲେଖିଛନ୍ତି । ଅମିତ ଶାହାଙ୍କ ବ୍ୟତୀତ ଜେପି ନଡ୍ଡା, ଅନୁରାଗ ଠାକୁର, ପୀୟୁଷ ଗୋୟଲ, ନିତିନ ଗଡକରୀ ମଧ୍ୟ ସେମାନଙ୍କର ପ୍ରୋଫାଇଲ ପରିବର୍ତ୍ତନ କରିଛନ୍ତି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଆଦିଲାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ ସମଗ୍ର ଦେଶ ହେଉଛି ତାଙ୍କ ପରିବାର । ଏହା ପରେ ହଠାତ୍ ସମସ୍ତ ବିଜେପି ନେତା ଏକ୍ସ ହ୍ୟାଣ୍ଡେଲରେ ସେମାନଙ୍କ ନାମ ସହିତ ‘ମୋଦୀ କା ପରିବାର’ ଲେଖିବା ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କର ନୂତନ ସ୍ଲୋଗାନ ହେଉଛି “ତୁମେ ମୋଦୀ ଏବଂ ମୋଦୀ ତୁମର”। ସେ ଏହା ମଧ୍ୟ କହିଥିଲେ ଯେ ଆଜି ସମଗ୍ର ଦେଶ ଗୋଟିଏ ସ୍ୱରରେ କହୁଛନ୍ତି, ‘ମେଁ ହୁଁ ମୋଦୀ କା ପରିବାର(ମୁଁ ମୋଦୀଙ୍କ ପରିବାର)’।

ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ  ବ୍ୟକ୍ତିଗତ ଆକ୍ରମଣ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନାଡାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାହାର ଜବାବ ଦେଇଛନ୍ତି। ଲାଲୁ କହିଥିଲେ ଯେ ‘‘ଯଦି ନରେନ୍ଦ୍ର ମୋଦୀଙ୍କର ନିଜର ପରିବାର ନାହିଁ ତେବେ ଆମେ କ’ଣ କରିପାରିବା? ମୋଦୀ କହୁଛନ୍ତି କି ସେ ରାମ ମନ୍ଦିରକୁ ନେଇ ଗର୍ବିତ। ଏପରିକି ସେ ଜଣେ ପ୍ରକୃତ ହିନ୍ଦୁ ମଧ୍ୟ ନୁହଁନ୍ତି। ହିନ୍ଦୁ ପରମ୍ପରାରେ ଜଣେ ପୁଅ ନିଜ ପିତାମାତାଙ୍କ ମୃତ୍ୟୁ ପରେ ମୁଣ୍ଡ ବାଳ ଓ ଦାଢ଼ି କାଟିଥାନ୍ତି। ଯାହାକି ମୋଦୀ କରିନାହାନ୍ତି।’’

Get real time updates directly on you device, subscribe now.