fbpx

କାକୋରୀରେ ସିଲିଣ୍ଡର ବିସ୍ଫୋରଣ, ପରିବାରର ୫ ମୃତ, ୪ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ କାକୋରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସିଲିଣ୍ଡର ବିସ୍ଫୋରଣରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘରର ଛାତ ସହ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ ।

ସୂଚନାରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତିରେ କାକୋରୀ ଅଞ୍ଚଳର ମୁଶୀର ଅଲିଙ୍କ ଘରେ ଏହି ଘଟଣା ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଘରେ ଥିବା ୨ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । ମୃତକଙ୍କ ମଧ୍ୟରେ ୩ ଶିଶୁ ବି ସାମିଲ ଅଛନ୍ତି । ମୃତକମାନେ ହେଲେ ମୁଶୀର(୫୦), ପତ୍ନୀ ହୁସ୍ନା ବାନୋ(୪୫), ଭାଣିଜି ରଇୟା(୭), ଉମା (୪) ଏବଂ ହୀନା (୨) । ଗୁରୁତର ଆହତମାନେ ହେଲେ ଇଶା ମୁଶୀର(୧୭), ଲକବ ମୁଶୀର(୨୧), ଅଜମଦ(୩୪)ଏବଂ ଅନମ(୧୮) । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ତେବେ ଏହି ଘଟଣାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

 

Get real time updates directly on you device, subscribe now.