fbpx

ରାଷ୍ଟ୍ରପତିଙ୍କ ଡ୍ୟୁଟି ବେଳେ ବଡ଼ ଅଘଟଣ: ଚୋରି ହୋଇଗଲା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରାଇଫଲ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ମହାମହିମଙ୍କ ଗସ୍ତ ସମୟରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଇନସାସ ରାଇଫଲ ଗାଏବ ହୋଇ ଯାଇଥିବା ନେଇ ସୂଚନା ମିଳିଛି । ସପ୍ତମ ବାଟାଲିୟନରେ ଡ୍ୟୁଟି କରୁଥିବା ପି.ଲଛମୟାଙ୍କ ଇନସାସ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମୈତ୍ରିବିହାର ତାନାରେ ଏକ ଏତଲା କରିଛନ୍ତି ସମ୍ପୃକ୍ତ ପୋଲିସ କର୍ମଚାରୀ ଲଛମୟା । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଡ୍ୟୁଟିରେ ଥିବା ବେଳେ ହିଁ ରାଇଫଲ ଚୋରି ହୋଇଥିବା ନେଇ ଲାଛମୟା ଏହି ଅଭିଯୋଗରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.