fbpx

ଅଶ୍ୱିନଙ୍କ ମା’ ଅସୁସ୍ଥ ହେବାର ପୂରା କଥା ବଖାଣିଲେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନରେ ଦଳରୁ ବାଦ୍ ପଡ଼ିଥିଲେ ଭାରତୀୟ ବୋଲର ଆର ଅଶ୍ୱିନ। ଅଶ୍ୱିନ ସେହିଦିନ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଶ୍ୱିନ ତାଙ୍କ ମା’ଙ୍କ ଅସୁସ୍ଥତା କାରଣରୁ ମ୍ୟାଚ୍ ଛାଡ଼ି ଥିଲେ। ଏବେ ଆର ଅଶ୍ୱିନଙ୍କ ପତ୍ନୀ ଏହି ପୁରା ଘଟଣା ବିଷୟରେ କହିଛନ୍ତି । ବାସ୍ତବରେ ଅଶ୍ୱିନଙ୍କ ୧୦୦ତମ ଟେଷ୍ଟ ଅବସରରେ ତାଙ୍କ ପତ୍ନୀ ପ୍ରୀତି ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସରେ ଏକ ସ୍ତମ୍ଭ ଲେଖିଛନ୍ତି, ଯେଉଁଥିରେ ସେ ପୂରା ଘଟଣା ଉଲ୍ଲେଖ କରିଛନ୍ତି।

ଏହି ସ୍ତମ୍ଭରେ ପ୍ରୀତି ଲେଖିଛନ୍ତି, “ରାଜକୋଟ ଟେଷ୍ଟ ସମୟରେ ପିଲାମାନେ ସ୍କୁଲରୁ ଫେରିଥିବା ବେଳେ ଏହାର ପାଞ୍ଚ ମିନିଟ୍ ପରେ ଅଶ୍ୱିନ ୫୦୦ତମ ୱିକେଟ୍ ନେଇଥିଲେ। ଆମେ ସମସ୍ତେ ଫୋନରେ ଫୋନ୍ ରେ ଅଭିନନ୍ଦନ ସହ ଫୋନ୍ କଲ୍ ଏବଂ ମେସେଜର ଉତ୍ତର ଦେଉଥିଲୁ। “ତା’ପରେ ମୁଁ ହଠାତ୍ ମାଉସୀଙ୍କ ଚିତ୍କାର ଶୁଣିଲି କାରଣ ସେ ଖସି ପଡ଼ିଥିଲେ ଏବଂ କିଛି ସମୟ ମଧ୍ୟରେ ଆମେ ଡାକ୍ତରଖାନାରେ ପହଞ୍ଚିଥିଲୁ । ସେହି ସମୟରେ ଆମେ ଅଶ୍ୱିନଙ୍କୁ ନ କହିବାକୁ ନିଷ୍ପତ୍ତି ନେଇଥିଲୁ କାରଣ ସେ ରାଜକୋଟରୁ ଚେନ୍ନାଇକୁ ସିଧାସଳଖ ବିମାନ ନଥିଲା।”

ପ୍ରୀତି ଲେଖିଛନ୍ତି, “ତେଣୁ ମୁଁ ଚେତେଶ୍ୱର ପୂଜାରାଙ୍କୁ ଫୋନ୍ କଲି ଏବଂ ତାଙ୍କ ପରିବାର ବହୁତ ସାହାଯ୍ୟ କରିଥିଲେ। କାରଣ ଡାକ୍ତର କହିଥିଲେ ଯେ ତାଙ୍କ ପୁଅ ପାଖରେ ରହିବା ଭଲ ହେବ। ଫୋନରେ ଏକଥା ଶୁଣି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଏବଂ ତା’ପରେ ସେ ବୁଝିଥିଲେ। ନିଜକୁ ବୁଝାଇବା ପାଇଁ ତାଙ୍କୁ ୨୦-୨୫ ମିନିଟ୍ ସମୟ ଲାଗିଥିଲା। ରୋହିତ ଶର୍ମା, ରାହୁଲ ଭାଇ ଦ୍ରାବିଡ଼ ଏବଂ ବିସିସିଆଇରେ ଥିବା ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଅଶ୍ୱିନ ଘରକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିଥିଲେ।”

Get real time updates directly on you device, subscribe now.