fbpx

(video)ଅଢେଇ ଫୁଟ କନ୍ୟାକୁ ମିଳିଗଲା ୫.୫ଫୁଟର ବର, ଏହିପରି ପିନ୍ଧାଇଲେ ବରଣମାଳା

ଓଡ଼ିଶା ଭାସ୍କର: ଜବଲପୁରରେ ଏକ ବିବାହ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏଠାରେ ମାତ୍ର ଅଢେଇ ଫୁଟର କନ୍ୟାକୁ ୫.୫ଫୁଟର ପ୍ରେମିକ ମିଳିଯାଇଛି । ପୂର୍ବରୁ ଏ ୨ ଜଣ ପଡୋଶୀ ଥିଲେ । ଏହାପରେ ଉଭୟ ପରସ୍ପରକୁ ଭଲ ପାଇଥିଲେ । ପ୍ରେମ ହେବାର ୮ ବର୍ଷ ପରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

କୁହାଯାଏ ବିବାହ ସଂଯୋଗରୁ ହୋଇଥାଏ । ଠିକ୍ ଏହିପରି କିଛି ସଂଯୋଗ ଦେଖାଦେଇଛି ମଧ୍ୟପ୍ରଦେଶ ଜବଲପୁରରେ । ଏଠାରେ ଜଣେ ସାଢେ ୫ ଫୁଟର ଯୁବକ ଅଢେଇ ଫୁଟର ଯୁବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବର ବେଦୀ ନିକଟରେ ଆଣ୍ଠେଇ ପଡି କନ୍ୟାଙ୍କୁ ବରମାଳା ପିନ୍ଧାଇଛନ୍ତି । ତେବେ ଏହି ଯୁବତୀ ଜଣକ ଲୋକପ୍ରିୟ ଟିଭି ଶୋ’ ବୁଗି ବୁଗିର ବିଜେତା ରହି ସାରିଛନ୍ତି ।

ଜବଲପୁରର ଏକ ସାମାଜିକ ସଂସ୍ଥା ଦ୍ୱାରା ଏହି ଅନନ୍ୟ ବିବାହ ଆୟୋଜନ କରାଯାଇଥିଲା । ଏ ୨ ଜଣଙ୍କ ବିବାହ ଜବଲପୁରର ଏକ ଶିବ ମନ୍ଦିରରେ ବଡ ଧୁମଧାମର ସହିତ ସଂପନ୍ନ ହୋଇଛି । ବିବାହରେ କନ୍ୟା ସନ୍ଧ୍ୟାର ପରିବାର ପକ୍ଷରୁ କେହି ଯୋଗ ଦେବାକୁ ଆସି ନ ଥିଲେ । ଏକ ଘରୋଇ ଫାର୍ମରେ ଚାକିରୀ କରୁଥିବା ପ୍ରଭାତ ବହୁ ଦିନରୁ ସନ୍ଧ୍ୟାଙ୍କୁ ଜାଣିଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ସନ୍ଧ୍ୟାଙ୍କ ଘର ଲୋକେ ଏହି କଥାକୁ ନେଇ ରାଜି ହୋଇ ନ ଥିଲେ । ଏହି କାରଣରୁ ଏହି ଯୋଡି ଏକ ମନ୍ଦିରରେ ବିବାହ କରିଥିଲେ ।

୨୧ ବର୍ଷୀୟା ସନ୍ଧ୍ୟା ପିଲାଦିନେ ବୁଗି ବୁଗି ପ୍ରୋଗ୍ରାମରେ ବିଜୟୀ ହୋଇଛନ୍ତି । ସନ୍ଧ୍ୟାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଛି ଓ ସେ ନିଜ ମା’ଙ୍କ ସହ ରୁହନ୍ତି । ସନ୍ଧ୍ୟାଙ୍କର ପରିବାରର ଆର୍ଥିକ ଅବସ୍ଥା ବି ଏତେ ଭଲ ନୁହେଁ । ଗତ କିଛି ବର୍ଷ ଧରି ପ୍ରଭାତ ହିଁ ତାଙ୍କ ଘରର ଅଧିକାଂଶ ଖର୍ଚ୍ଚ ବହନ କରୁଥିଲେ ।

Get real time updates directly on you device, subscribe now.