fbpx

ନିଜର ସରକାରୀ ପ୍ଲଟ ଦାନ କଲେ ପ୍ରଧାନମନ୍ତ୍ରୀ: ସେହି ପ୍ଲଟରେ ନିର୍ମାଣ ହେବ ‘ନାଦ ବ୍ରହ୍ମା’ କଳା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେତିକି ଭଲ ପାଆନ୍ତି ସଙ୍ଗୀତକୁ ମଧ୍ୟ ସେତିକି ଭଲ ପାଇଥାନ୍ତି । ମୋଦୀଙ୍କର ସଙ୍ଗୀତ ପ୍ରେମର ଅନେକ ଉଦାହରଣ ସାରା ବିଶ୍ୱ ଦେଖିଛି । ଅନେକ ସମୟରେ ବିଦେଶ ଗସ୍ତ ସମୟରେ ମୋଦୀଙ୍କର ବଂଶୀ ବଜାଇବା, ଡ୍ରମ ବଜାଇବାର ଆଦି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ଏହା ମଧ୍ୟରେ ସଙ୍ଗୀତ ପାଇଁ ମୋଦୀ ପୁଣି ଏକ ବଡ଼ ଦାନ କରିଛନ୍ତି । କଳା କେନ୍ଦ୍ର ସ୍ଥାପନ ପାଇଁ ମୋଦୀ ନିଜ ପ୍ଲଟ କରିଛନ୍ତି । ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଅରୁଣ ଜେଟଲୀ ଓ ମୋଦୀଙ୍କୁ ମିଳିଥିବା ପ୍ଲଟକୁ ପ୍ରଧାନମନ୍ତ୍ରୀ ଦାନ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗୁଜରାଟର ଗାନ୍ଧିନଗରରେ ନାଦ ବ୍ରହ୍ମା କଳାକେନ୍ଦ୍ର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସରକାରୀ ପ୍ଲଟକୁ ମାନମନ୍ଦିର ଫାଉଣ୍ଡେସନକୁ ଦାନ କରିଛନ୍ତି । ମୋଦୀଙ୍କ ପ୍ରେରଣାରେ ମାନମନ୍ଦିର ଫାଉଣ୍ଡେସନ ଦ୍ୱାରା ସେକ୍ଟର-୧ରେ ‘ନାଦ ବ୍ରହ୍ମା’ କଳା କେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଭାଜପା ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲ ଏହାକୁ ଶିଳାନ୍ୟାସ କରିଛନ୍ତି ।

ମୋଦୀଙ୍କ ସରକାରୀ ପ୍ଲଟ ମାନମନ୍ଦିର ଫାଉଣ୍ଡେସନକୁ ଦାନ କରାଯିବା ପରେ ସେଠାରେ ଏକ ଭବ୍ୟ ‘ନାଦ ବ୍ରହ୍ମା’ କଳା କେନ୍ଦ୍ର ନିର୍ମାଣ କରାଯିବ । ଅତ୍ୟାଧୁନିକ ଭାବେ ସୁସଜ୍ଜିତ ‘ନାଦ ବ୍ରହ୍ମା’ କଳା କେନ୍ଦ୍ର ଭବିଷ୍ୟତରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟ ପାଇଁ ଏକ ବିଶେଷ କେନ୍ଦ୍ରର ମାନ୍ୟତା ଲାଭ କରିବ । ଭାରତୀୟ ସଙ୍ଗୀତ କଳାର ଜ୍ଞାନକୁ ଗୋଟିଏ ଛାତ ତଳକୁ ଆଣିବା ଏହାର ଉଦ୍ଦେଶ୍ୟ । ଏହି କେନ୍ଦ୍ରରେ ୨୦୦ ଲୋଙ୍କ ପାଇଁ ଏକ ଥିଏଟର, ୨ ବ୍ଲକ ବକ୍ସ ଥିଏଟର, ସଙ୍ଗୀତ ଓ ନୃତ୍ୟ ଶିଖିବା ପାଇଁ ୧୨ଟି ଅଧିକ ବହୁ ଉଦ୍ଦେଶ୍ୟଭିତ୍ତିକ ଶ୍ରେଣୀଗୃହ, ଅଧ୍ୟୟନ ଓ ଅଭ୍ୟାସ ପାଇଁ ୫ଟି ଷ୍ଟୁଡିଓ ରହିବ । ଏଥିସହିତ ଏକ ଉଦ୍ୟାନ, ଏକ ଆଉଟଡୋର ସଙ୍ଗୀତ ଉଦ୍ୟାନ, ଏକ ଆଧୁନିକ ପୁସ୍ତକାଳୟ, ସଙ୍ଗୀତ ଇତିହାସକୁ ପ୍ରଦର୍ଶିତ କରୁଥିବା ଏକ ସଂଗ୍ରହାଳୟ ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.