ଦେଶରେ ପୁଣି ଭୂମିକମ୍ପ; ସକାଳ ୬ଟା ୫୬ ମିନିଟରେ ଏହି ରାଜ୍ୟରେ ହେଲା ଅନୁଭୂତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ମଣିପୁରରେ ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ସକାଳ ୬ଟା ୫୬ ମିନିଟରେ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ।

ଏହା ପୂର୍ବରୁ ମଙ୍ଗଳବାର ପଶ୍ଚିମ ମେଘାଳୟରେ ସାମାନ୍ୟ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାରେ ଅପରାହ୍ନ ୨ଟା ୨୭ ମିନିଟରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୫ କିଲୋମିଟର ଗଭୀରତାରେ ରହିଛି ବୋଲି ଆଞ୍ଚଳିକ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ଅଧିକାରୀ କହିଛନ୍ତି।