fbpx

ଆଜି ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୫ମ ଥର ପ୍ରେସିଡେଣ୍ଟ ହୋଇପାରନ୍ତି ପୁଟିନ, ଜାଣନ୍ତୁ କ’ଣ ରହିଛି ବିରୋଧୀଙ୍କ ସ୍ଥିତି

ନୂଆଦିଲ୍ଲୀ: ରୁଷରେ ଆଜି ରାଷ୍ଟ୍ରପତି ପଦବୀ ପାଇଁ ଭୋଟିଙ୍ଗ । ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ସବୁଠାରୁ ବଡ କଥା ହେଉଛି ରୁଷର ରାଷ୍ଟ୍ରପତି ପୁଟିନ ଲଗାତାର ୫ମ ଥର ରାଷ୍ଟ୍ରପତି ହୋଇପାରନ୍ତି ବୋଲି କୁହାଯାଉଛି । କାରଣ ତାଙ୍କୁ ଟକ୍କର ଦେବା ଲାଗି କେହି ମଧ୍ୟ ବିରୋଧୀ ନଜର ଆସୁନାହାନ୍ତି । ନିର୍ବାଚନରେ ପୁଟିନଙ୍କ ଦବଦବା ରହିବ ବୋଲି ସମ୍ଭାବନା ରହିଛି । ତେବେ ଗତ କିଛି ଦିନ ତଳେ ପୁଟିନଙ୍କୁ ଟକ୍କର ଦେବାକୁ ଥିବା ଏଲେକ୍ସି ନବଲନୀଙ୍କର ମୃତ୍ୟୁ ଘଟିଛି । ତେଣୁ ପୁଟିନଙ୍କ ବିରୋଧରେ ଭୋଟ୍ ଦେବାକୁ ନବଲୀନଙ୍କ ବିଧବା ପତ୍ନୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ୟୁକ୍ରେନ ସହିତ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ପୁଣି ଥରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତ୍ୱ କରିଛନ୍ତି । ତେବେ ଆଜି ରୁଷରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି । ଯାହା ତିନି ଦିନ ଅର୍ଥାତ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହ ପୁଟିନ ପୁଣି ଥରେ ବିଜୟୀ ହେବେ ବୋଲି କୁହାଯାଉଛି । ପୁଟିନ ଗୁରୁବାର ଦିନ ଏକ ଭିଡିଓ ଜରିଆରେ ସମସ୍ତ ରୁଷର ନାଗରିକଙ୍କୁ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.