fbpx

ଜୀବନ-ମୃତ୍ୟୁ ସହ ଲଢୁଛନ୍ତି ଷ୍ଟାର କ୍ରିକେଟର: ସଡ଼କ ଦୁର୍ଘଟଣାରେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଏକ ଭୟାନକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଲାହିରୁ ଥିରିମାନେ । ଅନୁରାଧାପୁର ଅଞ୍ଚଳରେ ଏକ ଟ୍ରକ ସହ ଧକ୍କା ହୋଇଛି ଥିରିମାନେଙ୍କ ଗାଡ଼ି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ପୂର୍ବତନ କ୍ରିକେଟରଙ୍କୁ ଉଦ୍ଦାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅପଡେଟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

ସୂଚନା ଅନୁସାରେ, ଶ୍ରୀଲଙ୍କାର ରାଷ୍ଟ୍ରୀୟ ରାଜଧାନୀ କଲମ୍ବୋରୁ ପ୍ରାୟ ୨୦୫ କି.ମି ଦୂର ଅନୁରାଧାପୁରରେ ଏକ ଭୀଷଣ କାର୍ ଦୁର୍ଗଟରାର ଶିକାର ହୋଇଛନ୍ତି ପୂର୍ବତନ କ୍ରିକେଟର ଲାହିରୁ ଥିରିମାନେ । ବାଟରେ ଯିବା ସମୟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେ ଆହତ ହୋଇଥିବା ଜାଣିବାକୁ ମିଳିଛି । ଲାହିରୁ ଥିରିମାନେଙ୍କ ଆଘାତ ସମସ୍ୟାକୁ ନେଇ ସଠିକ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ବର୍ତ୍ତମାନ ଅନୁରାଧାପୁର ଟିଚିଙ୍ଗ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ତେବେ ଦୁର୍ଘଟଣାରେ ଥିରିମାନେଙ୍କୁ ମାମୁଲି ଆଘାତ ଲାଗିଥିବା କୁହାଯାଉଛି । ତେଣୁ ଦୁର୍ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଅନୁରାଧାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଥିରିମାନେଙ୍କ ସହ ତାଙ୍କ ସାଥୀ ମଧ୍ୟ ଆହତ ହୋଇ ମେଡିକାଳରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟ ପକ୍ଷରେ ଜାଣିବାକୁ ମିଳିଛି ଯେ, କାର୍ ରଙ୍ଗ ରୁଟ୍ ଦେଇ ଯାଉଥିବା ବେଳେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ରିପୋର୍ଟ ଅନୁସାରେ, ‘ଥିରିମାନେ ଯେଉଁ କାରରେ ଯାଉଥିଲେ ଅନ୍ୟ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ସକାଳ ୭.୪୫ ରେ ଘଟିଥିବା ପୋଲିସ ସୂଚନା ଦେଇଛି । କ୍ରିକେଟ କ୍ୟାରିୟରରେ ଥିରିମାନେ ଶ୍ରୀଲଙ୍କା ପକ୍ଷରୁ ୨୬ଟିଟି-୨୦ ମ୍ୟାଚ୍, ୧୨୭ଟି ଦିନିକିଆ ଏବଂ ୪୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୩ ବର୍ଷ କ୍ରିକେଟ ଖେଳିବା ପରେ ଗତବର୍ଷ(୨୦୨୩ ଜୁଲାଇରେ) କ୍ରିକେଟରୁ ଲାହିରୁ ଥିରିମାନେ ବିଦାୟ ନେଇଛନ୍ତି ।

Get real time updates directly on you device, subscribe now.